ବାଲିଚନ୍ଦ୍ରପୁର ପୋଲିସ ଗାଡି ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ମିଟୁ ଜାମିନୀ ସମ୍ଭାବନା କ୍ଷୀଣ

Spread the love

ଚଣ୍ଡିଖୋଲ, ୩୧/୦୫/୨୦୨୧ (ସନ୍ଧାନ ନିଉଜ) -ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣଦସୁଧା ଗୋଷ୍ଠି ସଂଘର୍ଷ ଏବଂ ଦୁଇଟି ପୋଲିସ ଗାଡି ପୋଡି ମାମଲାରେ ନିଲମ୍ବିତ ଶିକ୍ଷକ ବସନ୍ତରା ସାମଲ(ମିଟୁ) ମୁଖ୍ୟ ଅଭିଯୁକ୍ତ ରହିଥିଲା । ଦୀର୍ଘ ଅଢେଇ ମାସ ଧରି ପୋଲିସକୁ ଚକମା ଦେବା ପରେ ନିରୁପାୟ ହୋଇ ଯାଜପୁର ଏସ.ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ରାଜନୈତିକ ଛତ୍ରଛାୟା ତଳେ ରହି ଭରତପୁର ପଂଚାୟତରେ ଦୀର୍ଘଦିନ ଧରି ରାଜୁତି କରିବା ସହ ପୋଲିସକୁ ହାତବାରିସ କରି ସେଠାରେ ଗୁଣ୍ଡାରାଜ ଚଳାଇ ଆସୁଥିଲା । ସ୍ଥାନୀୟ ପୋଲିସ ସହ ତାଙ୍କର ଭିତିରି ସଂପର୍କ ଓ ରାଜନେତାଙ୍କ ଆର୍ଶୀବାଦ ଥିବାରୁ ଦୀର୍ଘ ଅଢେଇ ମାସ ଧରି ନିଦ୍ୱନ୍ଦରେ ରହୁଥିଲା । ଗତ ମାସ ୨୦ତାରିଖରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଦିନ ଚଣ୍ଡିଖୋଲ ଜେ.ଏମ.ଏଫ.ସି କୋର୍ଟ ତାର ଜାମିନୀ ଆବେଦନ ଖାରଜ କରିବା ପରେ ସେହି ଆଦେଶ ବିରୁଦ୍ଧରେ ମିଟୁ ପକ୍ଷରୁ ଚଣ୍ଡିଖୋଲ ସହକାରୀ ଦୌରାଦଜ କୋର୍ଟରେ ଜାମିନୀ ଆବଦେନ କରାଯାଇ ଥିଲା । ସେହି ଜାମିନୀ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଶୁଣାଣି ସମୟରେ ମାମଲାର ଗମ୍ଭୀରତା ଓ ଜଣେ ଶିକ୍ଷକଙ୍କ ଦ୍ୱାରା ଏଭଳି ଅପରାଧିକ କାର୍ଯ୍ୟ ସଂଗଠିତ ହେବା ଘଟଣାରେ ଅଭିଯୁକ୍ତ ଜାମିନୀ ପ୍ରଦାନ କରାଗଲେ ତାହାର ଦୃଷ୍ଟବାବ ସମାଜ ଉପରେ ପଡିବାର ସମ୍ବାବନା ରହିପାରେ । ଇତି ମଧ୍ୟରେ ଜଣୈ ସାକ୍ଷିକୁ ଧମକ ଦେବା ନେଇ ତାଙ୍କ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ ହୋଇଛି । ସେ ଜାମିନିରେ ଗଲେ ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେସମ୍ଭାବନା ରହିଥିବାରୁ ତାର ଜାମିନୀ ଆବେଦନ ଖାରଜ ପାଇଁ ଜିଲ୍ଲା ଦୌରାଦଜ କୋର୍ଟରେ ନିଯୁକ୍ତ ପବ୍ଳିକ ପ୍ରସୁ୍ୟକୁ୍ୟଟର ଗଦାଧର ସାହୁ କୋର୍ଟରେ ଦୃଢଭାବେ ଉପସ୍ଥାପନା କରିଥିଲେ । ପରେ ମାନ୍ୟବର ବିଚାରପତି ଘଟଣାକୁ ହୃଦୟଙ୍ଗମ କରି ତାଙ୍କ ଜାମିନି ଆବେଦନକୁ ଖାରଜ କରିଦଦେଇଥିଲେ । ତେବେ ଚଣ୍ଡିଖୋଲ କୋର୍ଟ ପାଇଁ ସହକାରୀ ଓ ଅତିରିକ୍ତ ପ୍ରସୁ୍ୟକୁ୍ୟଟର ନିଯୁକ୍ତ ରହୀଥିଲେ ସୁଦ୍ଧା ଯାଜପୁର ଜିଲ୍ଲା ଓ ଜିଲ୍ଲା ଦୌରାଜଜ କୋର୍ଟରେ ନିଯୁକ୍ତ ପବ୍ଳିକ ପ୍ରସୁ୍ୟକୁ୍ୟଟର ସରକାରଙ୍କ ପକ୍ଷରୁ ଯାଜପୁର ଏସ.ପି. କାହିଁକି ନିବେଦନ କରିଥିଲେ । ସେ ମଧ୍ୟ ଚଣ୍ଡିଖୋଲ କୋର୍ଟ ଆସି ତଳ ଓ ଉପର କୋର୍ଟରେ ମିଟୁର ଜାମିନୀ ବିରୁଦ୍ଧରେ ସେକାରଙ୍କ ପକ୍ଷ ଉପସ୍ଥାପନା କରିବା ଘଟଣା ଏବେ ବିଭିନ୍ନ ମହଲରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Posts

About The Author

Add Comment