ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

Spread the love

ବାଲିଗୁଡା,୦୪/୦୧/୨୪(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଏବଂ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦାୟ ୪୧୯ ଗୋଟି ବୁଥ ଅଧିନସ୍ତ ସମସ୍ତ ମତଦାତାଙ୍କ ଚୂଡାନ୍ତ ଭୋଟର ତାଲିକା ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀମତୀ ମଧୁମିତା ଙ୍କ ଅଧ୍ଯକ୍ଷତାରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରକାଶିତ ହୋଇଛି । ପ୍ରକାଶନ ପରେ ଏହି ତାଲିକାର ନକଲ ଗୁଡିକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଏବଂ ଭୋଟ ଗ୍ରହଣ କେନ୍ଦ୍ର (ବୁଥ) ମାନଙ୍କରେ ମତଦାତାଙ୍କ ଅବଗତି ନିମନ୍ତେ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମରେ ସହାୟକ ଜିଲ୍ଲାପାଳ ରୂପକ କୁଜୁର ଉପସ୍ଥିତ ରହି ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ବାଲିଗୁଡା ଏବଂ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ରହି ଚିଠା ଭୋଟର ତାଲିକା ପ୍ରକାଶ କରିବା ସହ ଭୋଟର ତାଲିକା ଗୁଡିକୁ ଉପଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ ।

Related Posts

About The Author

Add Comment