ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ଗଞ୍ଜେଇ ସହ ବୋଲେରୋ ଜବତ : ଜଣେ ଗିରଫ: ଦୁଇ ଫେରାର 

Spread the love

ବାଲିଗୁଡା, ୧୯/୦୫ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କରୋନା ମହାମାରୀ କୁ ରୋକିବାକୁ ସରକାର ସମଗ୍ର ରାଜ୍ୟରେ ସଟଡାଉନ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ ବେପାରୀ ମାନେ ଏହି  ଅଞ୍ଚଳରେ ବେଶ ସକ୍ରିୟ ଥିବାର ସୂଚନା ପାଇ କନ୍ଧମାଳ ଏସ.ପି.ବିନୀତ ଅଗ୍ରୱାଲ, ବାଲିଗୁଡା ଏସ.ଡି.ପି.ଓ.ମନୋଜ କୁମାର ପୂଜାରୀ ଙ୍କୁ ଏଥି ପ୍ରତି ତୀକ୍ଷ୍ଣ ନଜର ରଖିବାକୁ କଡା ନିର୍ଦେଶ ଦେଇଥିଲେ ।   ଏ ନେଇ ମଙ୍ଗଳବାର ଅପରାହ୍ନରେ ଏକ ବିଶେଷ ସୁତ୍ରରୁ ଖବରପାଇ ବାଲିଗୁଡା ଏସ.ଡି.ପି.ଓ ମନୋଜ କୁମାର ପୂଜାରୀ ବାଲିଗୁଡା ପୋଲିସ ଟିମକୁ ସିନ୍ଦିରୀ ଗାଁ, ଅଣ୍ଡାରୀ ଗାଁ , କିଲୁଗାଁ ରାସ୍ତାର ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ପାଇଁ ନିର୍ଦେଶ ଦେଇଥିଲେ। ନିର୍ଦେଶ କୁ ବାଲିଗୁଡା ପୋଲିସ ଗୁରୁତର ସହ ନେଇ ଅଣ୍ଡାରୀ ଗାଁ-କିଲୁ ଗାଁ ରାସ୍ତାର ପାର୍ଶ୍ଵବର୍ତୀ  ଏକ ଜଙ୍ଗଲରେ ଗଞ୍ଜେଇ ମଫିଆ ମାନେ ଗଞ୍ଜେଇ ଠୁଳ କରି ବିଭିନ୍ନ ଜାଗାକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏସ.ଆଇ ଦୀପକ ରାଉତ ଓ ତାଙ୍କ ଟିମ ଏହାକୁ ଠାବ କରି ଚଢ଼ାଉ କରିଥିଲା।ଘଟଣା ସ୍ଥଳରୁ ପୋଲିସ ୪୬୪ କିଲୋ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଯାହାର ନଂ.ଓଆର-୦୨-ଏୟୁ- ୯୮୬୭ ଏବଂ ଜଣେ ଗଞ୍ଜେଇ ମଫିଆକୁ କାବୁ କରିଥିଲା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ। ଏ ସଂକ୍ରାନ୍ତ ରେ ବାଲିଗୁଡା ଥାନା ପୋଲିସ କେଶ ନଂ.୮୨/୨୧ ୟୁ/ଏସ- ୨୦ (ବି) (ii) (ସି) ୨୫/୨୯ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏସ.ଆଇ ରବିନ୍ଦ୍ର ମୁଣ୍ଡାରୀ ଏହାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

Related Posts

About The Author

Add Comment