ବାଲିଗୁଡ଼ା ସହରରେ ତିନି ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ

Spread the love

ବାଲିଗୁଡ଼ା:୨୪/୧୧/୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ କଷ୍ଟ ଦେଖିବାକୁ ମିଳୁଛି। ସହର ପାଇଁ ଏ ସମସ୍ୟା ନୁଆ ନୁହେଁ। ଖରା, ବର୍ଷା, ଶୀତ ସବୁବେଳେ ସମାନ ପରିସ୍ଥିତି। ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନଥିବା ବେଳେ କର୍ମଚାରୀ ମାନଙ୍କୁ ସମସ୍ୟା ବାବଦରେ ପଚାରିଲେ କିଛି ସନ୍ତୋଷ ଜନକ ଉତ୍ତର ମିଳୁନାହିଁ। କେତେବେଳେ ମୋଟର ପୋଡ଼ିଯାଇଛି ତ’ ଆଉ କେତେବେଳେ ଟାଙ୍କିରେ ପାଣି ନାହିଁ ବୋଲି ଉତ୍ତର ମିଳୁଥିବା କହୁଛନ୍ତି ଅଞ୍ଚଳବାସୀ । ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଅଞ୍ଚଳବାସୀଙ୍କୁ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ବାବୁ ମାନଙ୍କ ମନମାନି କାର୍ଯ୍ୟ କଳାପ ଏବଂ ଇଛାଶକ୍ତି ଅଭାବରୁ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହୁଛନ୍ତି ଜନସାଧାରଣ । ଏଭଳି ପରିସ୍ଥିତିରେ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିବ କିଏ..? । ଆଜକୁ ତିନି ଦିନ ବିତିଲାଣି ସହରରେ ଜଳ ଯୋଗାଣ ବନ୍ଦ ରହିଛି । ଫଳରେ ଟୋପେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଜଳଯୋଗାଣ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

Related Posts

About The Author

Add Comment