ବାଲିଗୁଡ଼ା: ଗ୍ରାହକ ବେଶରେ ମାଡ଼ି ବସିଲା ପୁଲିସ: ବ୍ରାଉନ ସୁଗାର ଜବତ: ଜଣେ ଗିରଫ: କୋର୍ଟ ଚାଲାଣ

Spread the love

ବାଲିଗୁଡା,୦୪/୧୦/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବୁଡ଼ାଗୁଡା ଛକରେ  ଜଣେ ଯୁବକ ଏକ ବ୍ରାଉନ ସୁଗାର ଛୋଟ ପାଉଚ ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ବାଲିଗୁଡା ପୋଲିସ ଖବର ପାଇ ବ୍ରାଉନ ସୁଗାର କୁ ଜବତ କରିବା ସହ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା  ଜଣାପଡିଛି l ଘଟଣାରୁ ପ୍ରକାଶ ଯେ,ବାଲିଗୁଡା ନିକଟସ୍ଥ ଦଣ୍ଡପଦର ଗ୍ରାମର ସୁରେନ୍ଦ୍ର ନାୟକ (୨୦) ମଙ୍ଗଳବାର ଦିନ ବୁଡ଼ାଗୁଡା ଛକ ନିକଟରେ ଛିଡା ହୋଇଥିବା ଖବର ପାଇ ବାଲିଗୁଡା ଏସ. ଆଇ. ଆଶୁତୋଷ ପାଇକରାୟ ଗ୍ରାହକ ବେଶରେ ଯାଇ ସୁରେନ୍ଦ୍ରକୁ କାବୁ କରି ତାଠାରୁ ୦.୭୯୦ ଗ୍ରାମର ଏକ ବ୍ରାଉନ ସୁଗାର ଛୋଟ ପାଉଚ ଜବତ କରିଥିଲେ l ଏ ନେଇ ବାଲିଗୁଡା ଥାନା କେଶ ନଂ.୨୩୧/୨୩ ଏନଡିପିଏସ ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ କରି ଏସ. ଆଇ.ହରି ଶଙ୍କର ମାଠିଆ ଏହାର ତଦନ୍ତ ଭାର ଗ୍ରହଣ କରି ଅବ୍ୟାହତ ରଖିଛନ୍ତି l ବାଲିଗୁଡାରେ ବ୍ରାଉନ ସୁଗାର ବିକ୍ରି ହେଉଥିବା ଏବଂ ଏଥିରେ ଯୁବ ସମାଜ ପଥଭ୍ରଷ୍ଟ ହୋଇ ଅବାଟକୁ ଚାଲି ଯାଉଥିବା ଅଭିଯୋଗ ହୋଇ ଆସୁଥିଲା l  ବ୍ରାଉନ ସୁଗାର ଜବତ ଘଟଣା ବାଲିଗୁଡାରେ ଦ୍ୱିତୀୟ ଘଟଣା ହୋଇଥିବାରୁ ଏହା କେଉଁ ଠାରୁ ଆସୁଛି, କିପରି ଆସୁଛି ଏବଂ ଏଥିରେ କେଉଁ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ପୋଲିସ ତଦନ୍ତ ଜାରୀ ରଖିଛି l

Related Posts

About The Author

Add Comment