ବାଲିଗୁଡ଼ାରେ ୩ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ କାରୀ ଗିରଫ : ଗଞ୍ଜେଇ ସହ ଟୟୋଟା କାର ଜବତ 

Spread the love
ବାଲିଗୁଡ଼ା,: (ସନ୍ଧାନ ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ୫୯ ନଂ.ଜାତୀୟ ରାଜପଥ ସୀତାପଡ଼ି ଗ୍ରାମ ନିକଟରେ ମଙ୍ଗଳବାର ପାଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ସେଥିରୁ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି।ଏହି କାର ରେ ବିହାର ଅଭିମୁଖେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ପପୁ ରସ୍ତୋଗୀ , ଆଚ୍ଛେ ଲାଲ ସରୋଜ, ସନ୍ଦୀପ କୁମାର ପ୍ରଜାପତି ବୋଲି ପୋଲିସ ପ୍ରକାଶ କରିଛି । ପୋଲିସ ଜବତ କରିଥିବା ଟୟୋଟା କାର ସହ ୨୩ କେଜି ଗଞ୍ଜେଇକୁ ଜବତ କରିଥିବା ବେଳେ ଏହି ଘଟଣାରେ ବାଲିଗୁଡ଼ା ଥାନାରେ କେସ ନଂ-୧୪୩/୨୦୨୬ ରୁଜୁ କରି ଏହି ଗଞ୍ଜେଇ ଚାଲାଣ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚଳାଇଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି  ।

Related Posts

About The Author

Add Comment