ବାଲିଗୁଡ଼ାରେ ବିଜୁବାବୁଙ୍କ ୧୦୮ ତମ ଜୟନ୍ତୀ ପାଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ : କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ ଦୁଇ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ 

Spread the love
ବାଲିଗୁଡ଼ା:୦୫/୦୩: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୮ ତମ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହେଲା ବିଜୁ ଜନତା ଦଳ । ସ୍ଥାନୀୟ ସଭାଗୃହ ଠାରେ ଆୟୋଜିତ ଏକ ବିଶାଳ କର୍ମୀ ସମ୍ମିଳନୀ ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ୍ ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ବିଜେପି ଓ କଂଗ୍ରେସ ଦଳର ଦୁଇ ହଜାରରୁ ଉର୍ଦ୍ଧ୍ଵ ନେତା ଓ କର୍ମୀ ବିଜେଡ଼ିରେ ମିଶିଛନ୍ତି । ଏଥିସହିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କ ସମେତ ଚାରୋଟି ବ୍ଲକର ସମସ୍ତ ବ୍ଲକ୍ ସଭାପତି ଯୋଗ ଦେଇଥିବା ବେଳେ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି ନେତା କର୍ମୀଙ୍କ ସମାଗମ ହୋଇଥିଲା । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବା ସହ ଷଷ୍ଠ ଥର ପାଇଁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଇବା ଏବଂ ଓଡ଼ିଶାର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ସମସ୍ତ ନେତା ଓ କର୍ମୀ ଶପଥ ଗ୍ରହଣ କରିଛନ୍ତି । ଏହି ମିଶ୍ରଣ ଫଳରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହୋଇଛି ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ । ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବିଷୟ  ମିଶ୍ରଣ ପର୍ବରେ ସାମିଲ ହୋଇଥିବା କର୍ମୀ ଓ ନେତା ପ୍ରକାଶ କରିଛନ୍ତି ।

Related Posts

About The Author

Add Comment