ବାଲିଅନ୍ତା ସିଙ୍ଗଡ଼ା ଭୋଈସାହିରେ ଦୁର୍ଘଟଣା – ୧ମୃତ, ୨ ଆହତ

Spread the love

ଭୁବନେଶ୍ୱର/କଟକ, ୧୬/୦୧/୨୦ (ସନ୍ଧାନ ନିଉଜ) : ଗୁରୁବାର ରାତିରେ ବାଲିଅନ୍ତା ସିଙ୍ଗଡ଼ା ଭୋଈସାହିରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ, ଭୁବନେଶ୍ୱରରେ ଓଲଡିଂ କାମ କରୁଥିବା ପ୍ରତାପରୁଦ୍ରପୁର ପଂଚାୟତ ଅନ୍ତର୍ଗତ ନୁଆସାହି ଗ୍ରାମର ରାଜ କିଶୋର ପରିଡା ଆଜି ରାତି ପାଖାପାଖି ୯ଟା ବେଳେ ନିଜ ବାଇକରେ ସେହି ଗାଁର ଗଗନ ସହିତ ହଂସପାଳ କେନାଲ ବନ୍ଧ ରାସ୍ତାରେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରାଜ କିଶୋରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାଇକ ପଛରେ ବସିଥିବା ଗଗନ ଓ ଅନ୍ୟ ବାଇକ ଚାଲାକ ଜଣଙ୍କ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

Related Posts

About The Author

Add Comment