ବାର ଡ୍ୟାନ୍ସରଙ୍କୁ ନଚାଇ ସସପେଣ୍ଡ ହେଲେ ସବଇନ୍ସପେକ୍ଟର

Spread the love

ନୂଆଦିଲ୍ଲୀ,୧୨/୦୩ /୨୦ (ସନ୍ଧାନ ନିଉଜ) : ବାର ଡ୍ୟାନ୍ସରଙ୍କୁ ନଚାଇବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଛି। କ୍ଷମତାର ଅପବ୍ୟବହାର କରି ବାର ଏପରି କରିଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରୁ କରାଯାଇଛି ନିଲମ୍ବିତ।

ଖବର ଅନୁଯାୟୀ ସୋମବାର ରାତିରେ ଇନ୍ଦିରା ନଗର ଅଞ୍ଚଳର ଏକ ବାରରେ ହୋଲିକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇନ୍ଦିରା ନଗର ଥାନାର ସବ ଇନ୍ସପେକ୍ଟର ଭୃଗୁ ଓଝା ପହଞ୍ଚିଥିଲେ। ଦର୍ଶକଙ୍କ ଭଳି ନୃତ୍ୟ ଦେଖିବା ପରେ ନିଶାରେ ପୋଲିସ ବାବୁ ନର୍ତ୍ତକୀଙ୍କୁ ଆହୁରି ଘଣ୍ଟାଏ ନାଚିବାକୁ ବାଧ୍ୟ କରିଥିଲେ। ଲୋକମାନେ ଏହାକୁ ବାରଣ କରିଥିଲେ ମଧ୍ୟ ପୋଲିସ ବାବୁ ଜଣକ ସମସ୍ତଙ୍କ ସହ ଝଗଡା କରିଥିଲେ। ଏଭଳି ପାଟିତୁଣ୍ଡ ଶୁଣି ନର୍ତ୍ତକୀ ଜଣକ ଘଣ୍ଟାଏ ଯାଏଁ ନାଚିଥିଲେ।

ଏହାର ଭିଡିଓ କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ ଭାଇରାଲ କରିଦେବାରୁ ପୋଲିସ କମିଶନର ସୁଜିତ ପାଣ୍ଡେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସବ ଇନ୍ସପେକ୍ଟର ଭୃଗୁ ଓଝାଙ୍କୁ ନିଲମ୍ବିତ କରିଛନ୍ତି। ଏହାଛଡା ଇନ୍ଦିରା ନଗର ଥାନା ଇନ୍ସପେକ୍ଟର ଧନଞ୍ଜୟ କୁମାର ପାଣ୍ଡେଙ୍କ ବିରୋଧରେ ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ। ଇନ୍ସପେକ୍ଟର ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର କହିଛନ୍ତି।

Related Posts

About The Author

Add Comment