ବାମନଘାଟୀ ଉପଖଣ୍ଡରେ ବହୁ ବରିଷ୍ଠ ପ୍ରଶାସନିକ ପଦପଦବୀ ଖାଲି

Spread the love

ରାଇରଙ୍ଗପୁର, 31/10 (ସନ୍ଧାନ ନ୍ୟୁଜ୍) :- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାର ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସାତୋଟି ବ୍ଳକ, ୮୦ଟି ଗ୍ରାମପଞ୍ଚାୟତ ଓ ସଦର ମହକୁମା ରାଇରଙ୍ଗପୁର ପୌରପରିଷଦକୁ ନେଇ ବାମନଘାଟୀ ଉପଖଣ୍ଡ । ଉପଖଣ୍ଡର ପ୍ରଶାସନିକ ସୁପରିଚାଳନା, ଆଇନଶୃଖଳା ପରିସ୍ଥିତିର ରକ୍ଷା ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ କାର୍ଯ୍ୟକରୁଛି ଅନେକ ସରକାରୀ କାର୍ଯ୍ୟାଳୟ। ହେଲେ ଦୀର୍ଘ ଦିନ ହେବ ବହୁ ଉପଖଣ୍ଡସ୍ତରୀୟ ପଦାରୀଙ୍କ ପଦ ଖାଲି ପଡିଥିବାରେ ନାନା ଅବ୍ୟବସ୍ଥା ଓ ଅଚଳାବସ୍ଥା ଦେଇ ଗତି କରୁଛି । ସାତୋଟି ବ୍ଳକର ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପଦବୀ ସାତମାସ ହେବା ଖାଲି ପଡିଛି । ବାମନଘାଟୀ ଉପଜିଲାପାଳ ଯୁଗ୍ଧ ଦାୟୀତ୍ୱରେ ରହିଛନ୍ତି । ପୌରପରିଷଦର ନିର୍ବାଚନ ହୋଇନଥିବାର ଅଧକ୍ଷ୍ୟ ପଦ ଖାଲି ପଡିଛି ଓ ବାମନଘାଟୀ ଉପଜିଲାପାଳ ଧର୍ମାନନ୍ଦ ବେହେରା ପ୍ରଶାସକ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏପରି ସ୍ଥଳେ ବାମନଘାଟୀ ଉପଜିଲାପାଳ ଧର୍ମାନନ୍ଦ ବେହେରା ଉପଜିଲାପାଳ ପଦବୀ ସଙ୍ଗକୁ ପିଏ, ଆଇଟିଡିଏ ଓ ପୌରପରିଷଦ ପ୍ରଶାସକ ପଦବୀରେ ଏହିପରି ତିନୋଟି ପଦବୀରେ ରହିଛନ୍ତି । ସେହିପରି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧୁକାରୀ ପଦବୀ ଖାଲି ପଡ଼ିଛି ଓ ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ ଏହାର ଯୁଗୁଁ ଦାୟୀତ୍ୱରେ ରହିଛନ୍ତି । ସବରେଜିଷ୍ଟ୍ରୀ ଅଫିସର ପଦବୀ ମଧ୍ୟ ଖାଲି ପଡିଛି । ନିକଟରେ ରାଇରଙ୍ଗପୁରର ଅତିରିକ୍ତ ଏସପି ଅଶୋକ କୁମାର ପଟ୍ଟନାୟକଙ୍କ ଦୁଃଖଦ ଦେହାନ୍ତ ହୋଇଯାଇଥିବାରେ ତାଙ୍କ ପଦରେ ଏଯାଏ କେହି ଅବସ୍ଥାପିତ ହୋଇ ନାହାନ୍ତି । ରାଇରଙ୍ଗପୁର ଉପଖଣ୍ଡ ସ୍ୱାସ୍ଥ୍ୟ ଅଧୁକାରୀ ଡଃ.ଛତିଶ ଚନ୍ଦ୍ର ମହାନ୍ତ ଗୁରୁତର ଅସୁସ୍ଥ ଥିବାରେ ସେ ଲମ୍ବା ଛୁଟିରେ ଅଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରକୁ ବିଚାରକୁ ନେଲେ ରାଇରଙ୍ଗପୁର କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ଵାରା କଲେଜ ଚାଲିଛି । ଏହାଛଡା ଅନେକ ଅଧ୍ୟାପକ, ଅଧାପିକ ଓ କର୍ମଚାରୀ ପଦପଦବୀ ଖାଲି ଓ ପଡିଛି । ଏହା ସଙ୍ଗକୁ ରାଇରଙ୍ଗପୁର ସରକାରୀ ବାଳକ ଉଚ୍ଚବିଦ୍ୟାଳୟର । ପ୍ରଧାନ ଶିକ୍ଷକ ଓ ସରକାରୀ ବାଳିକା ଉଚ୍ଚ ଛି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦବୀ . ରେ ଦୀର୍ଘଦିନ ହେବ ଖାଲି ପଡିଛି । ଏତଦବ୍ୟତୀତ ସହରର ଅନେକସରକାରୀ  କାର୍ଯ୍ୟାଳୟ ତଥା ଲାଇନ୍ ଡିପାର୍ଟମେଣ୍ଟ ବିଭାଗରେ ଅନେକ ପଦପଦବୀ ଖାଲି ପଡ଼ିଛି । ଫଳରେ ପ୍ରଶାସନିକ, ଆଇନଶୃଖଳା ତଥା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଶେଷ ରୂପେ ବାଧାପ୍ରାପ୍ତ ହେବା ସହ ଅଚଳାବସ୍ଥା ଦେଖାଦେବାରେ ଲାଗିଛି । ଏହି ପ୍ରମୁଖ ସମସ୍ୟାର ସମାଧାନ କରିବାରେ ଶାସକ ଦଳର ନେତା, ମନ୍ତ୍ରୀ, ସାଂସଦ ବିଶେଷ ଦୃଷ୍ଟି ଦେଉନଥିବା ବେଳେ ବିରୋଧୀ ଦଳର ବିଧାୟକ, ନେତାଙ୍କ ଅସ୍ବାଭାବିକ ନିରବତା ଲୋକଙ୍କ ସମସ୍ୟା ଦିଗୁଣିତ କରିବାରେ ଲାଗିଛି । ଏପରିସ୍ଥଳେ ଲୋକେ ଏକ ରକମର ଭଗବାନ ଭରସାରେ ପଡି ରହିଛନ୍ତି । କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବ ଓ ଲୋକେ ଉପକୃତ ହୋବୋ ତାହା ଦେଖୁକୁ ବାକି ରହିଲା।

Related Posts

About The Author

Add Comment