ଯାଜପୁର ସଦର,୧୩ । ୧୨ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମହେଶ୍ୱରପୁର ପଂଚାୟତରେ ଘଟିଯାଇଥିବା ବ୍ରାହ୍ମଣୀ ନଦୀରେ ବୁଡ଼ି ପ୍ରାଣ ହରାଇଥିବା ଚାନ୍ଦପୁର ଗ୍ରାମର ସୁନିଲ ଦାସଙ୍କ ପୁଅ ମାନସ ଦାସ, ବାଲି ଖାଦାନରେ ବୁଡ଼ି ମୃତ୍ୟୁ ହୋଇଥିବାରୁ ତାଙ୍କ ବାପାକୁ ଏବଂ ତାଙ୍କ ପରିବାରକୁ କ୍ଷତି ପୂରଣ ଦେବାପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଯିବ ସମାଜ ସେବୀ ପ୍ରତାପ ଚନ୍ଦ୍ର ପୃଷ୍ଟି ଚିଠି ଲେଖିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବାଲି ମାଫିଆ ମାନେ ବ୍ରାହ୍ମଣୀ ନଦୀରୁ ବାଲି ଚାଲାଣ କରୁଥିବା ବେଲେ, ସେହି ବାଲି ଖାଦାନରେ ବୁଡ଼ି ୩ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଘଟଣା ଚହଳ ପକାଇଚି । ବାଲି ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଶ୍ରୀ ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ବେଆଇନ ବାଲି ଘାଟରେ ବ୍ୟବହାର କରାଯାଉଥିବା ଗାଡ଼ି ମେସିନକୁ ଜବତ ନକରିବା ଏବଂ ବ୍ରହ୍ମବରଦା ଥାନା ଆଇଆଇସିଙ୍କୁ ଅନ୍ୟତ୍ର ବଦଳ କରିବା, ବ୍ରହ୍ମବରଦା ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା ଦିନ ଲୋକମାନେ ଉତ୍ତେଜିତ ହୋଇ ବାଲିଚନ୍ଦ୍ରପୁର ବରୁଆଁ ବ୍ରାହ୍ମଣୀ ସେତୁ ରାସ୍ତାରୋକ କରିବା ବାଲିଘାଟକୁ ବନ୍ଦକରିବା ପ୍ରତିବାଦରେ ନ୍ୟାୟ ଦେବା ପରିବର୍ତ୍ତେ ୨୬ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ଦେବା ଘଟନା ଶ୍ରୀ ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହାର ଉଚ୍ଚ ସ୍ଥରୀୟ ତଦନ୍ତ କରାଯାଇ ମାନସର ବାପା ଓ ତାଙ୍କ ପରିବାକୁ ନ୍ୟାୟ ପ୍ରଦାନ କରାଗଲେ ଅସହାୟ ବାପା ନ୍ୟାୟପ୍ରଦାନ କରାଗଲେ ଅସହାୟ ବାପା ନ୍ୟାୟ ମିଳିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପରିବାରକୁ କ୍ଷତି ପୁରଣ ଦିଆଗଲେ ଚିରଉପକୃତହ ହେବେ ।
ବାପାଙ୍କୁ ନ୍ୟାୟ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମାଜ ସେବୀ
|
December 14, 2025 |



