ବାଦାମ ପାହାଡ଼ରେ ପାଉଁରୁଟି ବିକାଳି ରାହୁଲ ମୃତ୍ୟୁର ପର୍ଦାଫାଶ

Spread the love

ରାଇରଙ୍ଗପୁର, ୨୦/୧୨/୨୦୧୧ (ସନ୍ଧାନ ନିଉଜ) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅନ୍ତର୍ଗତ ବାଦାମପାହାଡ ଥାନା ଅ°ଞ୍ଚଳର ଝିପାବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗାଁ ରାସ୍ତା କଡ଼ରେ ବୁଧବାର ୧୫/୧୨/୨୦୨୧ ସକାଳ ସମୟରେ ଏକ ପାଉଁରୁଟି ବିକାଳି ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁରା ଅଞ୍ଚଳର ରାହୁଲ ବାଉରୀ (୩୫)ର ସନ୍ଦେହ ଜନକ ମୃତ୍ୟୁର ରହସ୍ୟ ଖୁବ କମ ସମୟରେ ପୋଲିସ ପର୍ଦାଫାଶ କରିଛି। ସୂଚନାଯୋଗ୍ୟ ବାଙ୍କୁରା ଅଞ୍ଚଳର ରାହୁଲ ବାଉରୀ,ତୈମୁଦ୍ଧୀନ ଖାନ (ତୋଫାନ)ଏବ°ଅନ୍ୟକିଛିସାଥୀ ଆସି ଯଶିପୁର ସମେତ ଆଖପାଖ ଅଞ୍ଚଳରେ ପାଉଁରୁଟି ବେପାର କରୁଥିଲେ।ପରେ ତୈମୁଦ୍ଦୀନ ଖାନ ବାଦାମପାହାଡ ଅଞ୍ଚଳର ସାତପଉଟିଆ ଗାଁରେ ଏଠିକା ଝିଅକୁ ବିବାହ କରିରହୁଥିଲେ।ପରେ ପାଉଁରୁଟି ଫେରି ବ୍ୟବସାୟକୁ ନେଇ ନିଜ ବେପାର ଘାଟା ଆଶା କରିଥିଲା ତୈମୁଦ୍ଦୀନ ଖାନ।ସେ ଜାଣିଲା ଯେ ରାହୁଲ ତା ପାଖ ଅଞ୍ଚଳରେ ପାଉଁରୁଟି ଫେରି କରୁଥିବାରୁ ତାହା ନିଜର ବ୍ୟବସାୟ କ୍ଷତି ଆଶଙ୍କା କରି ହି°ସାରେଜଳି ଉଠିଲା। ପ୍ରତିହିଂସା ପରାୟଣ ହୋଇ ଉଠିଥିଲା। ରାହୁଲ ତା`ରବ୍ୟବସାୟରେ କଣ୍ଟକ ସାଜି ଥିବାରୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ନେଇ ଏକ ସୁଷଡଯନ୍ତ୍ର ଯୋଜନା କରିଥିଲା ତୈମୁଦ୍ଦୀନ। ବୁଧବାର ସକାଳ ୭ରୁ ୯ଟାବେଳେ ରାହୁଲ ଗୋବିନ୍ଦ ପୁର ଗାଁରୁ ପାଉଁରୁଟି ବିକି ଫେରିଥିବା ରାସ୍ତାରେ ପୂର୍ବରୁ ଅସ୍ତ୍ରଶସ୍ତ୍ର ସହ ଲୁଚି କରିଥିଲା ତୈମୁଦ୍ଦୀନ ଖାନ। ରାହୁଲ ଆସିବା ବେଳେ ଛକି ରହିଥିବା ତୈମୁଦ୍ଦୀନ ଠେଙ୍ଗାରେ ରାହୁଲକୁ ବାଡେଇବାରୁ ବାଇକରେ ଖସି ପଡିଥିଲା ରାହୁଲ।ତୈମୁଦ୍ଦୀନ ସଙ୍ଗେ ସଙ୍ଗେ ଧାରୁଆ ଅସ୍ତ୍ରରେ ରାହୁଲକୁ ମାଡିବସି ରାହୁଲର ବେକକୁ କୁକୁଡ଼ା କାଟିଲା ଭଳି ବିଭତ୍ସ ହତ୍ୟା କରିଥିଲା। ସେଠାରେ ରାହୁଲର ପ୍ରାଣବାୟୁ ଉଡି ଯାଇଥିଲା। ବାଦାମ ପାହାଡ଼ ପୋଲିସ ଅଧିକାରୀ ଅୟସକାନ୍ତ ଜେନା,ଏସଡିପିଓ ରତିକାନ୍ତ ଗିରି,ଏବ°ରାଇରଙ୍ଗପୁର ଅତିରିକ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପାରିପାର୍ଶ୍ବିକ ଅବସ୍ଥା ଦେଖି ହତ୍ୟାକାଣ୍ଡ ମାମଲା କେଶ ନ°୧୪୦ରୁଜୁ କରିଥିଲେ। ପୋଲିସ ୪ଦିନଧରି ତଦନ୍ତ କରି ରାହୁଲ ର ପୁର୍ବ ସହୋଯୋଗୀ ତୈମୁଦ୍ଦୀନ କୁ ଗିରଫ କରିଥିଲା।ସେମଧ୍ୟ ବ୍ୟବସାୟିକ ଶତୃତା ନେଇ ହତ୍ୟାକାଣ୍ଡ ସ୍ବିକାର କରିବା ସହମାରିଥିବା ଅସ୍ତ୍ରଶସ୍ତ୍ର ଓନିଜର ରକ୍ତ ଜୁଡୁବୁଡୁ ସାର୍ଟକୁ ଲୁଚାଇଥିବା ସ୍ଥାନରେ ଦେଖାଇ ଥିଲା। ପୋଲିସସମସ୍ତ ସାମାନ ଜବତ କରିଥିଲା।ଏହାକୁନେଇ ରାଇରଙ୍ଗପୁର ଏସଡିପିଓ କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ବିଶ୍ଵାଳ ଘଟଣାର ସବିସ୍ତୃତ ସୂଚନା ପ୍ରଦାନ କରିଥିଲେ।ଖବରଦାତା ସମ୍ମିଳନୀରେ ଆଡିସନାଲ ଏସପିଙ୍କ ସମେତ ଏସଡିପିଓ ରତିକାନ୍ତ ଗିରି,ଏବ°ବାଦାମପାହାଡ ଥାନାଧିକାରୀ ଅୟସକାନ୍ତ ଜେନା ଉପସ୍ଥିତ ଥିଲେ।ଖୁବ ସମୟରେ ଏଭଳି ଜଘନ୍ୟ ବର୍ବର ହତ୍ୟାକାଣ୍ଡ ର ପୋଲିସ ପର୍ଦାଫାଶ କରିଥିବାରୁ ପୋଲିସ ଉପରେ ଅଞ୍ଚଳ ବାସୀ ସନ୍ତୋଷ ପ୍ରକାଶ କରିଛନ୍ତି।

Related Posts

About The Author

Add Comment