କଟକ, ୨୩/୦୧/୨୦ (ସନ୍ଧାନ ନିଉଜ) : କଟକ ବାଦାମବାଡ଼ି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଇଲେକ୍ଟ୍ରୋନିକ୍ସ ଗୋଦମରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଏହି ଇଲେକ୍ଟ୍ରୋନିକ୍ସ ଗୋଦାମରେ ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା। ଉପର ମହଲାର ଜଣେ ବ୍ୟକ୍ତି ଶୌଚ ହେବା ପାଇଁ ଉଠିଥିବାବେଳେ ପ୍ରଥମେ ନିଆଁକୁ ଦେଖି ଅନ୍ୟମାନଙ୍କୁ ଉଠାଇଥିଲେ। ପରେ ଦମକାଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ଗୋଦାମ ଭିତରେ ଫସି ରହିଥିଲେ ୩ ଜଣ। ସେମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଥିଲେ।
ବାଦାମବାଡ଼ି ଅଞ୍ଚଳରେ ବଡ଼ଧରଣର ଅଗ୍ନିକାଣ୍ଡ
|
January 23, 2020 |
