ରାଇରଙ୍ଗପୁର:-ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ବନାଞ୍ଚଳ ଅନୁକୁଲ୍ୟରେ ୧୭ ଗୋଟି ବନ ସୁରକ୍ଷା ସମିତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳାକୁ ବନଖଣ୍ଡ ଅଧିକାରୀ ନଳିନୀ କାନ୍ତ ବେହେରା ଉଦଘାଟନ କରିଥିଲେ I ସମ୍ମାନୀୟ ଅତିଥି ଭାବେ ଏସ.ସି.ଏଫ୍ ବୈଦନାଥ ମାଝୀ ଓ ରେଞ୍ଜ ଅଧିକାରୀ ରମାକାନ୍ତ ମାଝୀ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ସଂଯୋଜକ ରାଜୀବ ଲୋଚନ ପଲେଇ, ବିଷୟଭିତିକ ବିଶେଷଜ୍ଞ ତ୍ରିଲୋଚନ ରାୟ, ସଂଯୋଜକ ଶକ୍ତିଦତ୍ତ ମହାପାତ୍ର , ହିସାବ ରଖକ ଅଂକିତ ଆଠଘେରା, ଲିଜନସନ ମହାନ୍ତ, ବନପାଳ ସଚିକାନ୍ତ ଦିଗାର, ଲକ୍ସ୍ମିଧର ମହାନ୍ତ, ସ୍ର୍ରାବନ୍ତି ସରେନ, ବନରକ୍ଷୀ ଲଲିତ ମହାନ୍ତ, ପ୍ରଶାନ୍ତ ବେହେରା, ବିମଳା ସରେନ,ସଭାଲକ୍ସ୍ମି ପାତ୍ର, ଅମିତ କୁମାର ସାହୁ ଓ ଲଲିତ କାଳନ୍ଦି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ I ଏହି ଅବସରରେ ରାୟାସାହି ବନ ସୁରକ୍ଷା ସମିତିକୁ “ପ୍ରକୃତି ମିତ୍ର” ଓ ବାଦାମପାହାଡ ବନାଞ୍ଚଳର ରାମ ସିଂକୁଙ୍କୁ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ କରାଯାଇଥିଲା I ଶେଷରେ ସଂଯୋଜକ ରାଜୀବ ଲୋଚନ ପଲେଇ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I
ବାଦାମପାହାଡ ବନାଞ୍ଚଳ ପକ୍ଷରୁ ପାଣ୍ଠି ବିନିଯୋଗ କର୍ମଶାଳା
|
October 2, 2021 |



