ଆସୁଛି ବାତ୍ୟା ୟାସ । ଏହାକୁ ନେଇ ଉପକୂଳ ଓଡିଶାରେ ପ୍ରାଶାସନିତ ସ୍ତରରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ଜିଲ୍ଲା ଏବଂ ବ୍ଲକ ସ୍ତରର ଅଧିକାରୀ ମାନେ ବାତ୍ୟା ଆଶ୍ରୟସ୍ଥଳ ଗୁଡିକ ନିରୀକ୍ଷଣ କରିବା ସହିତ ଅତ୍ୟବଶ୍ୟକ ସରଞ୍ଜାମ ଯୋଗାଡରେ ଲାଗିପଡିଛନ୍ତି । ଏପରକି ପଂଚାୟତ ସ୍ତରରେ ଜଣେ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ଗ୍ରାମରେ ବିପଦ ପୂଣ୍ଣ ଚାଳ ଛପର ଘରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଜଣାଇଦିଆଯାଉଛି । ତେବେ କରୋନା ସାଙ୍ଗକୁ ଏଭଳି ବାତ୍ୟ ଭୟ ସାଧରଣ ଲୋକଙ୍କ ମନରେ ଆଶଙ୍କା ଆଣି ଦେଉଛି । ଏପରକି ଗରିବ ଲୋକଟିଏ ଲକ ଡାଉନ ଏବଂ ସଟ୍ ଡାଉନରେ ରୋଜଗାରର କରିବା ବାଟ ବନ୍ଦ ହୋଇଥିବା ବେଳେଳ ପୁଣି ବାତ୍ୟ ପାଇଁ ଘରଦ୍ୱାରା କ୍ଷତି ହେବାର ସମ୍ଭାବନ ରହିଛି । ଅନ୍ୟପଟରେ କୋରନା ସାଙ୍ଗରେ କିଭଳି ଗୋଟିଏ ଛତତଳେ ଅଧିକ ଲୋକେ ରହିବେ ସେନେଇ ମଧ୍ୟ ବିପଦ ଦେଖାଦେଇଛି । ଲୋକମାନେ କୋଠାଘରରୁ ଯିବା ପାଇଁ ପ୍ରଶାସନକୁ ନିବେଦନ କରିବା ସହିତ ଖାଦ୍ୟପେୟର ସୁବିଧା କରିବାକୁ ପ୍ରକାଶ କରିଛନ୍ତି ।
ଯାଜପୁରର ନରହରି ବିହାରୀଙ୍କ ସହିତ ସନ୍ତୋଷ ରାଉତଙ୍କ ରିପୋର୍ଟ ସନ୍ଧାନ ନିୟୁଜ