ବାତ୍ୟାଞ୍ଚଳରେ ରିଲିଫ ଚାଉଳ ନେଇ ବଢୁଛି ଅସନ୍ତୋଷ

Spread the love

ଯାଜପୁର,୧୩/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଂଚଳରେ ବିଭିନ୍ନ ଗ୍ରାମରେ ବାତ୍ୟା ପରେ ରିଲିଫ ଚାଉଳ ଯୋଗାଣ ନେଇ ଅସନ୍ତୋଷ ବଢୁଛି । କେତେକ ଗାଁରେ ମୁଣ୍ଡ ପିଛା ୧ କେଜି ଦେଉଥିବା ବେଳେ ଅନେକ ଗାଁ ୨ କେ.ଜି ଏବଂ ୩ କେ.ଜି ଲେଖା ଚାଉଳ ପ୍ରଦାନ କରୁଛନ୍ତି । ସରକାରଙ୍କ ତରଫରୁ ଏଥିନେଇ କୌଣସି ନିର୍ଦ୍ଧିଷ୍ଟ ଘୋଷଣାନାମ କରାଯାଇ ନଥିବା ବେଳେ ଅନେକ ଗାଁରେ ରିଟେଲର ଏବଂ ଟାଉଟରଙ୍କ ପାଇଁ ଚାଉଳ ହରିଲୁଟର ଏହା ମାଧ୍ୟମ ହୋଇଛି । ଜେନାପୁର ପଂଚାୟତ ଅନ୍ତର୍ଗତ ବ୍ରହ୍ମପୁର ଓ ଏରସଣ୍ଡା, ବୃନ୍ଦାଦେଇପୁର ପଂଚାୟତରେ ମୁଣ୍ଡ ପିଛା ପ୍ରାପ୍ତ ବୟଷ୍କଙ୍କୁ ଦିନକୁ ୧ କେ.ଜି ୨୫୦ ଗ୍ରାମ ହିସାବରେ ୨ କେ.ଜି ୫୦୦ ଗ୍ରାମ ଏବଂ ନାବାଳକ ମାନଙ୍କୁ ମୁଣ୍ଡପିଛା ଦିନକୁ ୧ କେ.ଜି ହିସାବରେ ଦୁଇ ଦିନକୁ ୨ କେ.ଜି ଚାଉଳ ପ୍ରଦାନ କରାଯାଇଛି । ସାହାଣିଢିଅ ପଂଚାୟତରେ କୌଣସି ଗାଁରେ ଅଦ୍ୟାବଧି ରିଲିଫ ଦିଆଯାଇ ନାହିଁ । ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ପଡିବା ସହ ପ୍ରତ୍ୟେକ ଗାଁରେ ସରକାରୀ ଚାଉଳ ଯୋଗାଣ ନେଇ ଘୋଷଣା କରାଯିବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment