ବାଣ ଫୁଟି ୨ ଶିଶୁ ଗୁରୁତର

Spread the love

ଭଦ୍ରକ,୨୮/୧୦ (ସନ୍ଧାନ ନିୟୁଜ) ଦୀପାବଳିରେ ପୁଣି ଅଘଟଣ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଗ୍ରାମରେ ଘଟିଛି ଅଘଟଣ । ଦୀପାବଳିରେ ବଗମରା ଗ୍ରାମର ମୋହନ ଚନ୍ଦ୍ର ମଲ୍ଲୀକ ନିଜ ଘରେ ପିଲାଙ୍କ ସହ ବାଣ ଫୁଟାଉଥିବା ସମୟରେ ତାଙ୍କ ତିନି ବର୍ଷର ଶିଶୁ ପୁତ୍ର ଘରେ ଥିବା ବାଣ ଆଣି ନିଆଁ ଲଗାଉଥିବା ସମୟରେ ଫୁଟି ଯାଇଥିଲା । ଫଳରେ ଶିଶୁଟିର ହାତର ତିନିଟି ଆଙ୍ଗୁଳି ନଷ୍ଟ ହୋଇଯାଇଛି ।ପରିବାର ଲୋକେ ଶିଶୁଟିକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣୋପାଳ ଭଟପୁର ଗ୍ରାମରେ ବାଣ ଫୁଟାଉଥିବା ସମୟରେ ପପୁ ଦାସଙ୍କ ତିନି ବର୍ଷର ପୁଅ ଗୁରୁତର ହୋଇଛି । ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Report- R Nayak

Related Posts

About The Author

Add Comment