ବାଣପୁର ସବ୍‌ଜେଲ୍‌ ନିକଟରୁ ଯୁବକଙ୍କ ଶବ ଉଦ୍ଧାର; ହତ୍ୟା ସନ୍ଧେହ

Spread the love
ବାଣପୁର, ୧୦/୦୬ (ସନ୍ଧାନ ନିଉଜ): ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ୍‌ଜେଲ୍‌ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳୁ ସବ୍‌ଜେଲ୍‌ ନିକଟରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଥିଲା । ମୃତକଙ୍କ ନାମ ନାରାୟଣ ପାତ୍ର(40) ବୋଲି ଜଣାପଡିଛି । ଚାଉଳରେ ପଡୁଥିବା କୀଟନାଶକ ପିଇ ନାରାୟଣ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସକାଳ 9.30 ମିନିଟ୍‌ ସମୟରେ ନାରାୟଣଙ୍କ ଶବ ଦେଖିବାକୁ ମିଳିଥିଲା । ବାଣପୁର ଥାନା ଏଏସ୍‌ଆଇ ବସନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଏହା ଆତ୍ମହତ୍ୟା ଭଳି ଜଣା ପଡୁଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ । ନାରାୟଣଙ୍କ ନିକଟରେ ରହିବା ପାଇଁ ଘର ନଥିବା ବେଳେ ସବ୍‌ଜେଲ୍ ରୋଡ୍‌ରେ ଏକ ଅସ୍ଥାୟୀ କୁଡିଆ ଘରେ ସେ ଅବସ୍ଥାନ କରୁଥିଲେ । ଦିନ ମଜୁରୀରୁ ସମଗ୍ର ପରିବାର ଚଳୁଥିବା ବେଳେ ନାରାୟଣଙ୍କ ମୃତ୍ୟୁ ପରେ ସାଧାରଣରେ  ଉକ୍ତ ପରିବାରକୁ ସହାୟତାର ଦାବି କରାଯାଉଛି ।
ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ 
ପ୍ରଦୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ 

Related Posts

About The Author

Add Comment