ବାଣପୁର ଏବିଭିପି ପକ୍ଷରୁ ଚିନ୍ ସାମଗ୍ରୀ ବର୍ଜନ ଉଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ 

Spread the love
ଭୁବନେଶ୍ୱର, ୨୨/୦୬/୨୦ (ସନ୍ଧାନ ନିଉଜ) : କରୋନା କଟକଣା କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ଅବଲମ୍ବନ କରି ଆଜି ପୂର୍ବାହ୍ନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚାଇନା ସାମଗ୍ରୀ କୁ ବ୍ୟବହାର ନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା ଭଗବତୀ ମନ୍ଦିର ସମ୍ମୁଖ ରେ ପ୍ଲାକାଡ ଧରି  ଭିକ୍ଷୋବ ପ୍ରଦର୍ଶନ କରାଯାଇଥିଲା l ଏହା ସହିତ ଦେଶର ଜନତା ଅର୍ଥନୈତିକ କ୍ଷେତ୍ରରେ ଚୀନ୍ କୁ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀ କୁ ବର୍ଜନ କରିବା ପାଇଁ ନଗର ସମ୍ପାଦକ ବିକାଶ କୁମାର ସେଠୀ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ।ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମ ରେ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ, ଗୋଦାବରୀଶ ଜୁନିଅର୍ କଲେଜ କ୍ୟାମ୍ପସ ସଭାପତି ପ୍ରୀୟଂଶୁ ପ୍ରଧାନ, ପି.ବି.ବି କ୍ୟାମ୍ପସ ସଭାପତି ସିଦ୍ଧାର୍ଥ ବାରିକ, ରାଜେଶ୍ ପ୍ରଧାନ, ସୋମନାଥ ପଣ୍ଡା, ଦେବବ୍ରତ ପ୍ରମୁଖ ଯୋଗ ଦେଇଥିଲେ।

Related Posts

About The Author

Add Comment