ବାଡ଼ବସାକୁ କେନ୍ଦ୍ର କରି ଯୁବତୀଙ୍କୁ ଆକ୍ରମଣ

Spread the love

ବାଲିଆପାଳ, 31/10 (ସନ୍ଧାନ ନ୍ୟୁଜ୍) :- ବାଡ଼ବସାକୁ ନେଇ ଜଣେ ଯୁବତୀଙ୍କୁ ଆକ୍ରମଣ କରାଯାଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏମିତି ଅଭିଯୋଗ ଆସିଛି ବାଲିଆପାଳ ଥାନା ଅର୍ଜଗତ ବଡକସବା ଗ୍ରାମରୁ । ଅଭିଯୋଗ ଅନୁସାରେ, ହେମନ୍ତ ପାକ ପୁଅ ଚନ୍ଦନ ପାଠଓ ଝିଅ ବର୍ଷାରାଣୀ ପାଠୀ ସିମେଣ୍ଟ ଝୁଣ୍ଡ ପୋତି ବାଡ଼ ବସାଇଥିଲେ । ଏତିକିବେଳେ ହେମନ୍ତଙ୍କ ବଡ଼ ଭାର ଶିଶିର ପାଠୀଙ୍କ ଝିଅ ରାଜଲକ୍ଷ୍ମୀ (୧୭) ଘଟଣାସ୍ଥଳରେ ପହଞ୍ଚି ବାଡ଼ ବସାକୁ ବିରୋଧ କରିଥିଲେ । ଏଥିରେ ଉଦ୍ଧକ୍ତ ହୋଇ ଚନ୍ଦନ ଓ ବର୍ଷାରାଣୀ ତାଙ୍କୁ | ଆକ୍ରମଣ କରିଥିଲେ । ରାଜଲକ୍ଷ୍ମୀଙ୍କ ତଳେ ପଡ଼ି ଯନ୍ତ୍ରଣାରେ ବିକାର କରୁଥିବା ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । । ଫଳରେ ଚନ୍ଦନ ଓ ବର୍ଷାରାଣୀ ପଳାଇ ଯାଇଥିଲେ । ଗ୍ରାମବାସୀ ରାଜଲକ୍ଷ୍ମୀଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଏନେଇ ରାଜଲକ୍ଷ୍ମୀ ବାଲିଆପାଳ ଥନାରେ ଲିଖୁତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିଆପାଳ । ପୁଲିସ କହିଛି । ସୂଚନାଯୋଗ୍ୟ, ଦୁଇ ଭାଇ ହେ ମତ ଓ ଶିଶିରଙ୍କ ମଧରେ ଘର ଡିହ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ ଥିଲା । ଏନେଇ ପୂର୍ବରୁ ଥାନାରେ ଦୁଇଟି ମାମଲା ବିଚାରାଧୀନ ରହିଛି । ଥାନା ନିର୍ଦ୍ଦେଶରେ ଗତ ୧୫ ତାରିଖ ଗ୍ରାମରେ ଭଦ୍ର ବ୍ୟକ୍ତିମାନଙ୍କୁ। ନେଇ ଏକ ବିଚାର ହୋଇଥିଲା । ଏଥିରେ ଆସନ୍ତା ନଭେମ୍ବର ୧ ତାରିଖ ଘର ଡିହ ମାପ କରାଯାଇ ବାଡ଼ ବସା ଯିବାକୁ ସ୍ଥିର ହୋଇଥିଲା । ତେବେ ତା ପୂର୍ବରୁ ଶୁକ୍ରବାର ସେମାନେ ବାତ୍ ବସାଉଥିବାରୁ ଏଭଳି ଅଘଟଣ ଘଟିଲା । ଏତିକି ବେଳେ ଶିଶିର ଓ ତାଙ୍କ ପତ୍ନୀ ଘରେ ନଥିଲେ ।

Related Posts

About The Author

Add Comment