ବାଟାଗୁଡ଼ା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା:ଏଏନଏମଙ୍କ ଅନୁପସ୍ଥିତ ଅଭିଯୋଗ :ଆଶା ଦିଦିଙ୍କ ଭରଷାରେ ଚାଲିଛି : ପ୍ରସୂତି ଓ ରୋଗୀ ହନ୍ତସନ୍ତ

Spread the love

ବାଲିଗୁଡ଼ା,16/10. (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା):-  ଅଧିକାଂଶ ସମୟରେ ତାଲା ଝୁଲୁଛି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତ, ୫୯ନଂ. ଜାତୀୟ ରାଜପଥ କଡ଼ରେ ରହିଛି ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର । ପଞ୍ଚାୟତର ପ୍ରାୟ ଛଅ (6)ହଜାର ଲୋକେ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ୫୯ନଂ ଜାତୀୟ ରାଜପଥ କଡ଼ରେ ଥାଇ ମଧ୍ୟ ଅଧିକାଂଶ ସମୟରେ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ  ନିୟୋଜିତ ଏଏନ୍ଏମ୍ ସେଠାରେ ରହୁନଥିବା ସହ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହୁଛି ଏବଂ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଅଞ୍ଚଳରେ ଅଧିକାଂଶ ଲୋକେ ଆଦିବାସୀ ବର୍ଗର ହୋଇଥିବାବେଳେ ବିଶେଷ କରି  ପ୍ରସୂତି ମହିଳା ମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ଆଶା ଦିଦିଙ୍କ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା ଅଞ୍ଚଳବାସୀ କହିଛନ୍ତି । ସେପଟେ ଆଗରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି,ସମ୍ପୃକ୍ତ ଏଏନଏମ ବର୍ତ୍ତମାନ ସେଠାରେ ରହୁଥିବା କହୁଥିଲେ । ଯଦି ପୁଣି ଏଭଳି ଅଭିଯୋଗ ହେଉଛି ମୁଁ ବୁଝିବି ବୋଲି କହିଛନ୍ତି ମେଡିକାଲ୍ ଅଧିକାରୀ ଡ଼ଃ.ଅଭିନନ୍ଦନ । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା କରାଯାଉଛି ।

Related Posts

About The Author

Add Comment