ଯାଜପୁର, ୬/୧୦(ସନ୍ଧାନ ନିୟୁଜ) ନିଷ୍ଠୁର ଇଂରେଜ ସରକାରଙ୍କ ଗୁଳିରେ ସହୀଦ ହୋଇଥିବା ୧୧ବର୍ଷର ବାଜି ରାଉତଙ୍କ ଶବ ଯେଉଁଦିନ ବ୍ରାହ୍ମଣୀ ନଦୀରେ ଭାସି ଭାସି ଆସି ଜେନାପୁର ନିକଟସ୍ଥ ବୃନ୍ଦାଦେଇପୁରସ୍ଥିତ ଘାଟରେ ଲାଗିଥିଲା । ଆଉ ସେଦିନ ଇରେଂଜନ ସରକାର ଗୁଳିକୁ ଭୃକ୍ଷେବ ନକରି ବୃନ୍ଦାଦେଇପୁର ଗ୍ରାମବସୀ ଶବରକୁ ଜାବୁଡି ଧରିଥିଲେ ନଦୀ ଭିତରୁ । ବାହାରୁକୁ ଆଣିବା ପରେ ଯେଉଁଁ ପଡିଆରେ ରଖିଥିଲେ ତାହାକୁ ଆଜି ବାଜି ରାଉତ ସଦୀଦ ପଡିଆ ନାମରେ ପରିଚିତ ସେହି ସ୍ଥାନରେ ବାଜି ରାଉତ ସ୍ମୃତି ସଂସଦ ପକ୍ଷରୁ ତାଙ୍କର ଷ୍ଟାଚୁ ପ୍ରତିଷ୍ଠା କରି ଏଭଳି କର୍ମବୀର ବାଳକର ବଂଚାଇ ରଖିବାରେ ପ୍ରଷ୍ଠୋ କରିବା ଆଜିର ଯୁବରେ ସେହି ମହାନ ଅତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଷ୍ଟାଚୁ ଉନ୍ମୋଚନ ଅବସରେ ଅତିଥି ମାନେ ମତଦେଇଥିଲେ । ସଂସଦର ଆବହକ ଦେବବତ୍ର ରାଉତଙ୍କ ସଭାପତିତ୍ୱ ମୁଖ୍ୟ ଅତିଥି ଭାବେ ପରିବେଶ ବିତ ଅଭିରାମ ଦାଶ,ମୁଖ୍ୟ ବକ୍ତାଭାବେ ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଚିନ୍ମୟ କୁମାର ମିଶ୍ର ସାମ୍ବାଦିକ ଅନିରୁଦ୍ଧ ସମାନ୍ତରାୟ, ଉଦୟଗିରି ଆଶ୍ରମର ଗୁରୁମା ବେଦାଇ ଲକ୍ଷ୍ମୀ, ସମାଜସେବୀ ଗୋଲଖ ଚନ୍ଦ୍ର ପଲେଇ, ନୃସିଂହ ଚରଣ ମିଶ୍ର, ଇତିହାସ ଗବେଷକ ମାନସ କୁମାର ରାଉତ, ଯୁବ ସଂଗଠକ ବେଣୁଧର ମଲିକ ପ୍ରମୁଖ ଯୋଗଦେଇ ସହୀଦ ବାଜି ରାଉତଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଯେଉଁଠି ସହୀଦ ମାନଙ୍କ ସରକାର ମନେ ପକାଉନାହାନ୍ତି ସେଠାରେ ଏଭଳି ଅନୁଷ୍ଠାନ ପକାଇ ତାଙ୍କର ଷ୍ଟାଚୁ ଉନ୍ମୋଚନ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦିଆଯାଇଥିଲା । ଏହି ଅବସରରେ ୧୦ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଦିଆଯାଇପୁରସ୍କୃତ କରାଯାଇଥିଲା । ସଂସଦର ସଭାପତି ଅଶ୍ୱନୀ ଶତପଥୀ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସିଦ୍ଧାର୍ଥ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରମାକାନ୍ତ ଶତପଥୀଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ଶେଷର ସଂସଦ ପକ୍ଷରୁ ଜୟଦେବ ଶତପଥୀ, ଅମୀୟ ଶତପଥୀ, ଅଶୋକ ଜେନାପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ବାଜି ରାଉତଙ୍କ ଷ୍ଟାଚୁ ଉନ୍ମୋଚିତ
|
October 6, 2018 |