ବାଜିଲା ନିର୍ବାଚନୀ ବିଗୁଲ୍‌

Spread the love

ଭୁବନେଶ୍ୱର,ସନ୍ଧାନ ନିୟୁଜ,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍‌। ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ’ ୧୩, ୨୦, ୨୫ ଏବଂ ଜୁନ୍‌ ୧ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍‌ ୪ ମଙ୍ଗଳବାର ଭୋଟ୍‌ ଗଣତି ହେବ। ଇସିଙ୍କ ତଥ୍ୟ ଅନୁଯାୟୀ , ୨୦୨୪ ଲୋକ ସଭା ନିର୍ବାଚନରେ ୯୭ କୋଟି ପଞ୍ଜୀକୃତ ଭୋଟର ଭୋଟ୍‌ ଦେବେ। ଏଥର ୬ ପ୍ରତିଶତ ନୂଆ ଭୋଟର ଯୋଗ ଦେଇଛନ୍ତି। ବିଶ୍ୱ ମଧ୍ୟରେ ଆମ ଦେଶରେ ସର୍ବାଧିକ ଭୋଟର ଅଛନ୍ତି। ୨୦୧୯ରେ ଏହି ସଂଖ୍ୟା ୮୯.୬ କୋଟି ଥିଲା। ଯେଉଁଥିରେ ମହିଳାଙ୍କ ସଂଖ୍ୟା ଅଧିକ। ଦେଶରେ ୧.୪୧ କୋଟି ମହିଳା ଭୋଟର ଅଛନ୍ତି। ଯେତେବେଳେ କି ପୁରୁଷ ଭୋଟର ମାତ୍ର ୧.୨୨ କୋଟି ଅଛନ୍ତି। ଯେତେବେଳେ କି ୪୮.୦୪୪ ତୃତୀୟ ବର୍ଗର ଭୋଟର ଅଛନ୍ତି। ଦେଶର ମୋଟ୍‌ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବକ ଅଟନ୍ତି। ଆୟୋଗଙ୍କ ଆକଳନରୁ ଜଣାପଡ଼ିଛି ଯେ, ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଭୋଟର ଅଛନ୍ତି। ୧୦୦ ବର୍ଷରୁ ଅଧିକ ୨ ଲକ୍ଷ ୧୮ ହଜାର ୭୯୧ ଲୋକ ଅଛନ୍ତି। ଦିବ୍ୟାଙ୍ଗ ଭୋଟର ୮୮.୩୫ ଲକ୍ଷ ଅଛନ୍ତି। ସମଗ୍ର ଦେଶରେ ୯୭ କୋଟି ଭୋଟର ରହିଥିବା ବେଳେ ୧୦.୫ ଲକ୍ଷ ପୋଲିଂ ବୁଥ୍‌ ପ୍ରସ୍ତୁତ ହେବ। ସେହିପରି ଭୋଟ୍‌ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍‌। ଦେଢ଼ କୋଟି ପୋଲିଂ ଅଫିସର ନିଯୁକ୍ତ ରହିବେ। ୧ କୋଟି ୮୨ ଲକ୍ଷ ନୂଆ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ପୂର୍ବ ୨୦୧୯ ନିର୍ବାଚନ ମାର୍ଚ୍ଚ ୧୦ରେ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗ ରବିବାର ୨୦୧୯ରେ ଲୋକ ସଭା ନିର୍ବାଚନ ଘୋଷଣା କରିଥିଲେ, କିନ୍ତୁ ଏଥର ଶନିବାର ଘୋଷଣା କରାଯାଇଛି।ଗତଥର ୭ଟି ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

Related Posts

About The Author

Add Comment