ବାଜପେୟୀଙ୍କ ଜୟନ୍ତୀରେ ବିଜେପିର ସୁଶାସନ ଦିବସ ପାଳିତ

Spread the love

ଯୋଡା,୨୫/୧୨ (ସନ୍ଧାନ ନିୟୁଜ) ଭାରତୀୟ ଜନତା ପାର୍ଟି ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ନଗର ବିଜେପି ପକ୍ଷରୁ ବିଜେପି କାର୍ଯ୍ୟାଳୟରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ମହାନ ଜନନେତା ରାଷ୍ଟ୍ରନିତିଜ୍ଞ ଯୁଗପୁରୁଷ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀଙ୍କୁ କେନ୍ଦ୍ର ସରକାର ସୁଶାସନ ଦିବସ ରୂପେ ପାଳନ କରୁଛି । ଏହି ଅବସରରେ ଯୋଡା ବିଜେପି କାର୍ଯ୍ୟକର୍ତ୍ତା ସମୂହ ଏକତ୍ରିତ ହୋଇ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱର୍ଗତ ବାଜପେୟୀଙ୍କ ୯୮ତମ ଜୟନ୍ତୀ ପାଳନ ଅବସରରେ ତାଙ୍କର ଜୀବନ ଦର୍ଶନ ଓ ଶାସନ ପ୍ରଣାଳୀ ଉପରେ ଆଲୋକପାତ ହୋଇଥିଲା । ଯୋଡା ନଗର ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ଅବସରରେ ବାଜପେୟୀଙ୍କର ଗୁଣାବଳୀ,ଦେଶ ଗଢିବାର ପ୍ରମୁଖ ଭୂମିକା ଏବଂ ତାଙ୍କ ଶାସନ ସମୟରେ ବିକାଶର ଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଯୋଡା ମଣ୍ଡଳ ବିଜେପି ଉପସଭାପତି ପାର୍ଥସାରଥୀ ଷଡଙ୍ଗୀ,ସାଧାରଣ ସମ୍ପାଦକ ଅନନ୍ତ ପ୍ରକାଶ ଟୁଡୁ,କୈଳାଶ ସାମଲ,ଜନାର୍ଦ୍ଦନ କାରୁଆ,କ୍ଷୀରୋଦ ପାତ୍ର,ଯୁବମୋର୍ଚ୍ଚାର ସନ୍ଦୀପ ପୋଦାର,ଅନିକେତ ବରୁଆଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଚଳିତବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମ ସିଧାପ୍ରସାରଣ ଯୋଡାର ସମସ୍ତ ଶକ୍ତିକେନ୍ଦ୍ର,ବୁଥ ଓ ମଣ୍ଡଳ ସ୍ତରରେ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଶୁଣିବା ସହିତ ବାଜପେୟୀଙ୍କ ଜନ୍ମଜୟନ୍ତୀ ମଧ୍ୟ ପାଳନ କରିଥିଲେ ।

Related Posts

About The Author

Add Comment