ବାଇକ ଦୃଘଟଣାରେ ଦୁଇ ଗୁରୁତର

Spread the love
ଜେନାପୁର, ୩୦/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକା-ବ୍ରାହ୍ମଣୀ ବ୍ରିଜ ନଦୀବନ୍ଧ ରାସ୍ତା ର କୁସ୍ତିରା ଛକ ନିକଟରେ ଦୁଇଟି ବାଇକ ଦୃଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଜାରକା ମହୋତ୍ସବ ଦେଖି ଫେରୁଥିବା ବେଳେ ଜେନାପୁର ଥାନା ଅନ୍ତର୍ଗତ ରେଖିଦେଇପୁର ଗ୍ରାମର ଠେକୁଆ ବରିକଙ୍କ ପୁଅ  ଗ୍ରାମର ଜିତୁ ବାରିକ (୨୭) ଏବଂ ସେହି ଥାନା ଅନ୍ତର୍ଗତ ନୁଆକଲାଣ୍ଡ (ଖଟୁଆସାହି)ଗ୍ରାମର ଧୂର୍ବ ଚରଣ ଖଟୁଆ ଙ୍କ ପୁଅ ବାପିନା ଖଟୁଆ(୨୪) ଙ୍କ ମଧ୍ୟରେ ବାଇକ ସହ ବାଇକ ଧକ୍କା ହୋଇ ଉଭୟ ଦୁଇଜଣ ଗୁରୁତର ଆହାତ ହୋଇଥିବା ବେଳେ ସେମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ତାନାନ୍ତର କରାଯାଇଥିବାର ଜଣାପଡିଛି ।

Related Posts

About The Author

Add Comment