ବାଇକ୍ ରେ ଗୋଡାଇ ବ୍ୟବସାୟଙ୍କୁ ଗୁଳି

Spread the love

ବାଲେଶ୍ବର, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା); ସପ୍ତାହକ ତଳେ ବାଲେଶ୍ବର ସଦର ଥାନା ଖାନନଗର ଅଞ୍ଚଳରେ ଏକ ଘରୋଇ ସଂସ୍ଥାର ଆକାଉଣ୍ଟାଣ୍ଟଙ୍କୁ ଗୁଳି କରି ୩‌ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ସେହି ସ୍ଥାନରେ ଦୁଇଜଣ ଲୁଟେରା ଜଣେ ବ୍ୟବସାୟୀଙ୍କୁ ମଟର ସାଇକେଲରେ ଗୋଡ଼ାଇ ଗୋଡ଼ାଇ ଗୁଳି କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି‌ କରିଛି। ଗୁଳିବିଦ୍ଧ ଅବସ୍ଥାରେ ଆହତ ବ୍ୟବସାୟୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୋମବାର ସଦର ଥାନା ଖାନ୍‌ନଗର ମଦ ଡିପୋ ବ୍ରିଜ୍ ନିକଟରେ ଏହି ଘଟଣା ଘଟିଥିବାବେଳେ ଖନ୍ତାପଡ଼ା ଥାନାରେ ଏ ନେଇ ମାମଲା ରଜୁ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବ୍ୟବସାୟୀ ରାଜକିଶୋର ଧଳ ଓ ତାଙ୍କର ବନ୍ଧୁ ରବୀନ୍ଦ୍ର ଧଳ ଆଜି ବାଲେଶ୍ୱରରୁ ଏକ ସେକେଣ୍ଡ ହାଣ୍ଡ କାର୍ କିଣିବା ପାଇଁ ୨ ଲକ୍ଷ ଟଙ୍କା ନେଇ ଆସିଥିଲେ। ତେବେ ଗାଡ଼ି ପସନ୍ଦ ନହେବାରୁ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ଉଭୟ ବାଇରେ ଘରକୁ ଫେରୁଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା ଦୁଇ ହାଇୱେ ଲୁଟେରା ଉଭୟଙ୍କୁ ପିଛା କରିଥିଲେ ଏବଂ ସୁଯୋଗ ଉଣ୍ଡି ଖାନନଗର ମଦ ଡିପୋ ବ୍ରିଜ୍‌ ଉପରେ ଗୁଳି କରିଥିଲେ। ଗୁଳିଟି ବାଇକ୍ ଚଳାଉଥିବା ରାଜକିଶୋରଙ୍କ ଅଣ୍ଟାରେ ବାଜିଥିଲା। ଗୁଳି ବାଜିଥିଲେ ବି ରାଜକିଶୋର ସେଠାରେ ନ ଅଟକି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜୀବନବିକଳରେ ଶେରଗଡ଼ ଟୋଗେଟ୍ ପର୍ଯ୍ୟନ୍ତ ପଳାଇ ଆସିଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ରାଜକିଶୋର ଟୋଲଗେଟ୍ ସମୁଖରେ ବାଇକ୍ ସହ ପଡ଼ିଯିବା ଦେଖି ଆଖିପାଖରେ ଥିବା ଲୋକମାନେ ଧାଇଁ ଆସିଥିଲେ। ଶେରଗଡ଼ ଫାଣ୍ଡି ପୁଲିସ ରାଜକିଶୋରଙ୍କୁ ସେଠାରୁ ଉଦ୍ଧାର କରି ବାଲେଶ୍ଵର ବଡ଼ ମେଡ଼ିକାଲ୍  ଆଣିଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକେ ସ୍ଥାନାନ୍ତର କାରାଯାଇଛି! ଅନ୍ୟପଟେ ବାଇକ୍ ପଛରେ  ବସିଥିବା ରବୀନ୍ଦ୍ର ଜୀବନବିକଳରେ ବାଘାଯତୀନ ଅଫିସ୍ , ଆଡ଼କୁ ଦୌଡ଼ି ପଳାଇଥିଲେ। ତାଙ୍କ ପାଖରେ ଟଙ୍କା ଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ୍‌ଖବର ମିଳିନାହିଁ । ଅନ୍ୟପକ୍ଷରେ ଦୁଇ ଲୁଟେରା, ରାଜକିଶୋରଙ୍କୁ  ଟୋଟ୍ ପର୍ଯ୍ୟନ୍ତ ପିଛା କରିଥିଲେ ମଧ୍ୟ ପୁଲିସ ଓ ଲୋକଙ୍କ ଗହଳି ଦେଖି‌ ମଝିରୁ ବାଟଭାଙ୍ଗି ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

Related Posts

About The Author

Add Comment