ଢେଙ୍କାନାଳ,୧୮/୦୧//ସନ୍ଧାନ ନ୍ୟୁଜ୍) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ କଲେଜ୍ ଛକ ନିକଟରେ ଗତ କାଲି ସନ୍ଧ୍ୟା ସମୟରେ ଏକ ମଟର ସାଇକେଲ ସହିତ ଆଉ ଏକ ମଟର ସାଇକେଲ ର ଧକ୍କା ହୋଇଥିଲା ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତ୍ବର ଆହାତ ହୋଇଥିବା ସୂଚନା, ମୃତ ଯୁବକ ଜଣକ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ କଲାଣ୍ଡ ଗ୍ରାମର ଅକ୍ଷୟ ସାହୁଙ୍କ ସାନ ପୁଅ ସୌମ୍ୟ ରଞ୍ଜନ ସାହୁ (ବୁବୁନା) ୨୫, ଗୁରୁତ୍ବର ଦୁଇ ହେଲେ ଗନ୍ଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ମହେଶ ସାମଲଙ୍କ ପୁଅ ସୌମ୍ୟ ରଞ୍ଜନ ସାମଲ (କାଳିଆ)୨୨,) ଆଉ ଜଣେ ହେଲେ ନିହଲ ପ୍ରସାଦ ଥାନା ଅଧୀନ ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ କାଲୁଣି ଗୋଡ଼ା ଗ୍ରାମର ବିକ୍ରମ ବାରିକ୍ (୧୭) ବିକ୍ରମ ତାଙ୍କ ମାମୁଁ ଘର ସଡଙ୍ଗିରେ ରହି ପାଠ ପଢ଼ୁଥିଲେ, ବିକ୍ରମ୍ ଅଧିକ ଗୁରୁତ୍ଵର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି, ସୌମ୍ୟ ରଞ୍ଜନ (କାଳିଆ) କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି, ଖବର ରୁ ପ୍ରକାଶ ବୁବୁନା ଅନୁଗୁଳର ରହି ପାଠ ପଢ଼ୁଥିଲେ ସେ ଘରକୁ ଫେରୁଥିବା ବେଳେ ଷଡଙ୍ଗୀ ଛକ ନିକଟରେ ଏକ କାର୍ ତାଙ୍କୁ ଓଭର ଟେକ୍ କରିଥିଲା, ଯାହା ଫଳରେ ବିପରୀତ ଦିଗରୁ ଆସୁଥିବା ଆଉ ଅକ ମଟର ସାଇକେଲ ସହିତ ଧକ୍କା ହୋଇଥିଲା, ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମେଡ଼ିକାଲ କୁ ୧୦୮ଆମ୍ବୁଲାନ୍ସ ଯୋଗେ ନେଇଯାଇଥିଲେ, ସେଠାରେ ବୁବୁନା କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଧିକ ଚିିକିତ୍ସା ନିମନ୍ତେ କଟକ ପଠେଇ ଦେଇଥିଲେ, ପୋଲିସ୍ ଉଭୟ ଦୁର୍ଘଟଣା ଘଟାଇ ଥିବା ମଟର ସାଇକେଲ କୁ ଜବତ କରିବା ସମେତ ସବ ବ୍ୟବଚ୍ଛେଦ କରି ବୁବୁନା ଗ୍ରାମ କଲାଣ୍ଡ କୁ ପଠେଇ ଦେଇଥିଲେ, ଏପଟେ ବୁବୁନା ର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି,
ବାଇକ୍ କୁ ଧକ୍କା ଦେଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର,
|
January 18, 2025 |
