୫୩ ନମ୍ବର ଜାତୀୟ ରାଜପଥ ବାଇସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଜଣେ ମୃତ ଦୁଇ ଗୁରୁତର ଆହତ

Spread the love

ଯାଜପୁର/କଳିଙ୍ଗ ନଗର/୦୮/୦୧/ସନ୍ଧାନ ନିଉଜ୍ (ଅଭିନାସ ସାହୁ) ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବାଘବହାଳି ବଙ୍ଗଳା ଛକ ନିକଟସ୍ଥ ବାଇସାହି ଛକରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ୍ କୁ  ଗୋଟେ କାର୍ ଦ୍ଧକା ଦେଇଥିଲା ଫଳରେ ବାଇକ୍ ରେ ଥିବା ତିନିଜଣ ବାପା ମା ଓ ଛୁଆ ଛିଟିକ୍ ପଡ଼ିଯାଇଥିଲେ ଘଟଣା ସ୍ଥଳରେ  ବାପା ଙ୍କର ମୃତ୍ୟୁ ଘଟିଥିବା ବେଳେ ମା ଛୁଆ ଗୁରୁତର ଆହତ ହୋଇଥିଲେ, ଅଘଟଣ ଘଟାଇଥିବା କାର୍ ଟିକୁ ସ୍ଥାନୀୟ ଯୁବକ ମାନେ ପୋଡ଼ି ଦେଇଥିଲେ, ଖବର ପାଇ କଳିଙ୍ଗ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ,ଓ ଦମକଳ ବାହିନୀ ଆସି ହୁତୁ ହୂତୁ ହୋଇ ଜଳୁଥିବା କାର୍ ର ନିଆଁକୁ ଆୟତ କରିଥିଲେ, ଆହତ ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରୀ ରଖିଛି।

Related Posts

About The Author

Add Comment