ରାଉରକେଲା, ୧୨ /୧୨/୨୦୨୦ (ସନ୍ଧାନ ନିଉଜ): ସୁନ୍ଦରଗଡ଼ ଜିଲା ଜାତୀୟ ରାଜପଥ-୧୪୩ର ଦେଓଗାଁ ଛକରେ ଜଣେ ବୋଲେରୋ ଚାଳକ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ବାଇକ ଆରୋହୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ଖବର ପାଇ ଜଲଦା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ରାଉରକେଲା ଆଇଡ଼ିଏଲ ନିକଟସ୍ଥ ଅସୁରଛପଲ ଅଂଚଳରେ ରହୁଥିବା ଦିଲୀପ ଧର କୌଣସି କାର୍ଯ୍ୟରେ ଏକ ବୋଲେରୋ(ନଂ ଓଡ଼ି ୧୪ ଆର ୧୪୨୯) ଯୋଗେ ରାଉରକେଲା ଅଭିମୁଖେ ଯାଉଥିଲେ । ଗାଡ଼ିଟି ଦେଓଗାଁ ଛକ ଅତିକ୍ରମ କରୁଥିବା ସମୟରେ, ହଠାତ ଏକ ପ୍ୟାସନ ପ୍ରୋ ବାଇକ(ନଂ ଓଆର ୧୪ ଡବ୍ଲୁ ୨୬୮୨) ଚାଳନା କରି ଦେଓଗାଁ କଲୋନୀରୁ ସାରନଗରୀ ଆଡକୁ ଯାଉଥିବା ସହଦେବ ବେହେରା ନାମକ ଯୁବକଙ୍କୁ ଧକ୍କା ଦେବା ଫଳରେ ବାଇକ ଚାଳକ ଗାଡ଼ିରୁ ଛିଟକି ରାସ୍ତାରେ ପଡ଼ିଯିବାରୁ ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣାରେ ଆହତ ଯୁବକଙ୍କୁ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ରାଉରକେଲା ସରକାରୀ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ପରେ ଜଲଦା ଫାଣ୍ଡି ଅଧିକାରୀ ବିଜୟ ଦାସ ଘଟଣାସ୍ଥଳରେ ପହଂଚିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।
ବାଇକକୁ ଧକ୍କା ଦେଲା ବୋଲେରୋ, ଚାଳକ ଆହତ
|
December 12, 2020 |