ବହୁ ସଂଖ୍ୟାରେ ଆନ୍ଧ୍ର କୁକୁଡ଼ା ମୃତ: ବାର୍ଡଫ୍ଲୁ’ ଆଶଙ୍କା

Spread the love

ଭଞ୍ଜନଗର ୧୧/୮(ସନ୍ଧାନ ନିୟୁଜ): ଗଞ୍ଜାମକୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ୩୦୦ ବ୍ରଏଲର୍‌ କୁକୁଡ଼ା ମରିଥିବା ଜଣାପଡ଼ିଛି। ଏହି ସଂଖ୍ୟା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, କାଳେ ବାର୍ଡଫ୍ଲୁ’ଦ୍ୱାରା ଆକ୍ରାନ୍ତ ହୋଇଥିବେ- ତାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଆନ୍ଧ୍ରପ୍ରଦେଶରୁ ଗଞ୍ଜାମକୁ ନିୟମିତ ବ୍ୟବଧାନରେ ବ୍ରୟଲର୍‌ କୁକୁଡ଼ା ଆସୁଛି। ବଡ଼ବଡ଼ ଫାର୍ମ କିମ୍ବା ହୋଲ୍‌ସେଲର୍‌ ସିଧାସଳଖ କୁକୁଡ଼ା ଆଣୁଛନ୍ତି। ଆଜି ଅଣାଯାଉଥିବା ଏକ ଭ୍ୟାନରୁ ୩୦୦ରୁ ଉର୍ଦ୍ଧ୍ୱ କୁକୁଡ଼ା ମରିପଡ଼ିଥିବାବେଳେ କିଛି କୁକୁଡ଼ା ଘୁମଉଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ କିଛିଦିନ ତଳେ ବ୍ରଏଲର୍‌ କୁକୁଡାକୁ ବାର୍ଡଫ୍ଲୁ’ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏତେ ସଂଖ୍ୟକ କୁକୁଡ଼ା ମୃତ୍ୟୁ ପଛରେ ପୁଣିଥରେ ବାର୍ଡଫ୍ଲୁ’କୁ ନେଇ ସେମାନେ ସନ୍ଦେହ କରୁଛନ୍ତି।

ମାତ୍ର, ସ୍ଥାନୀୟ ହୋଲ୍‌ସେଲର୍‌ମାନେ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ଏବଂ ଭ୍ୟାନ୍‌ ଖରାପ ଯୋଗୁ ଏତେସଂଖ୍ୟାରେ କୁକୁଡ଼ାଙ୍କର ମୃତ୍ୟୁ ହୋଇଛି। ତେବେ, ଏହାକୁ ସ୍ୱତନ୍ତ୍ର ଭାବେ ଯାଞ୍ଚ କରିବା ସହିତ ପରୀକ୍ଷା କରିବା ପାଇଁ ସାଧାରଣରେ ଦାବି କରାଯାଇଛି।

Related Posts

About The Author

Add Comment