ବହଳଦା, ୩୧/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ବାମନଘାଟି ଉପଖଣ୍ଡ ଅଧୀନ ବହଳଦା ବ୍ଲକ୍ରେ ଔଷଧ ବୋଳା ମଶାରୀ ବଣ୍ଟନ ହେବ। ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଡିଓ ହେମନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ମ୍ୟାଲେରିଆ ବୈଷୟିକ ପରିଦର୍ଶକ (ଭିବିଡିଟିଏସ୍) ବିଜୟ କୁମାର ବସାଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସାଇବା ମୁର୍ମୁ (ବିପିଏଚ୍ଓ), ପିଏଇଓ ଗୋଲକ ବିହାରୀ ନାଏକ, ବିପିଏମ୍ ତପନ କୁମାର ମହାନ୍ତ, ବ୍ଲକ୍ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମହାନ୍ତଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ; ବ୍ଲରେ ସମୁଦାୟ ୪୯୨୫୩ଟି ଔଷଧ ବୋଳା ମଶାରୀ ବଣ୍ଟନ ହେବା ସେଥିମଧ୍ୟରୁ ୫୭୬୩ଟି ଜଣକିଆ, ୩୭୬୨୪ଟି ଦୁଇଜଣିଆ ଓ ୫୮୬୬ଟି ପାରିବାରିକ ମଶାରୀ ରହିଛି। ଆସନ୍ତା ଜାନୁଆରି ମାସ ୪ ତାରିଖ ଦିନ ବହଳଦା ଓ ଗମ୍ଭାରିଆରେ ଔଷଧ ବୋଳା ମଶାରୀ ବଣ୍ଟା ହେବାକୁ ଥିବା ବେଳେ ୫ ତାରିଖ ଦିନ ଝରାଡିହି ଓ ଅସନା ଅଞ୍ଚଳରେ ଔଷଧ ବୋଳା ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ରହିଛି।
ବହଳଦାରେ ମଶାରୀ ବଣ୍ଟନ ନେଇ ପ୍ରସ୍ତୁତି
|
December 31, 2020 |