ବସ-ଟ୍ରକ ମୁହାଁମୁହିଁ ଧକ୍କା, ଦୁଇ ମୃତ

Spread the love
ଭଦ୍ରକ,୩/୧/୨୦୨୦ (ସନ୍ଧାନ ନିଉଜ) ଭଦ୍ରକରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ ନଂ ଜାତୀୟ ରାଜପଥ ବନ୍ତ ଛକ ନିକଟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଭଦ୍ରକ ଜିଲ୍ଲା ଧାମନଗରରେ ୨ ଦିନ ଧରି ଚାଲିଥିବା ଐତିହାସିକ ଉର୍ସ ପର୍ବରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଆଜି ଭୋର ପ୍ରାୟ ୪ଟା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀକୁ ଧରି ବାସୁଦେବପୁର ଅଭିମୁଖେ ଯାଉଥିବା ଏକ ବସ୍‌ ବନ୍ତ ଛକରେ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୭ ଯାତ୍ରୀ ଗୁରୁତର ଅଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ୨ ଦିନ ଧରି ଚାଲିଥିବା ଐତିହାସିକ ଉର୍ସ ପର୍ବରେ ଦୂରଦୂରାନ୍ତରୁ ଯାତ୍ରୀ ସାମିଲ ହୋଇଥିଲେ। ଗତକାଲି ରାତିରେ ଏହି ପର୍ବ ଶେଷ ହୋଇଥିବା ବେଳେ ରାତି ପ୍ରାୟ ୩ଟା ପରେ ଗୋଟିଏ ବସ୍‌ରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ବାସୁଦେବପୁର ଅଭିମୁଖେ ବାହାରିଥିଲେ। ଉକ୍ତ ବସ୍‌ରେ ରାଜ୍ୟ ବାହାରର କିଛି ଯାତ୍ରୀ ଥିବା ବେଳେ ସେମାନେ ଚରମ୍ପା ଷ୍ଟେଶନ ନିକଟରେ ଓହ୍ଲାଇଥାନ୍ତେ ବୋଲି ଜଣାଯାଇଛି।ମାତ୍ର ବସ୍‌ଟି ଅଧ ଘଣ୍ଟା ଯାତ୍ରା କରିବା ପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ବସରେ ଡ୍ରାଇଭର ସମେତ ଅନେକ ଯାତ୍ରୀ ଚାପି ହୋଇଥିବାବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଉଦ୍ଧାର କରୁଛନ୍ତି ।Report- R Nayak

Related Posts

About The Author

Add Comment