ଯାଜପୁର ସଦର,ସନ୍ଧାନ ନିୟୁଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜଣେ ନାବାଳିକାକୁ ବଳାତ୍କାର କରିଥିବା ଯୁବକକୁ ବ୍ରହ୍ମବରଦା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଏହି ବ୍ଲକ ଅର୍ନ୍ତଗତ ମଙ୍ଗରାଜପୁର ପଂଚାୟତର ବିରଭାନୁପୁର ଗ୍ରାମର ଦିଲ୍ଲିପ ଖୁଣ୍ଟିଆ(୨୭) ୧ ତାରିଖ ସଂଧ୍ୟାରେ ଅର୍ଥଙ୍ଗା ପଂଚାୟତରର ଚପୋଇ ମେଲଣ ହୋଇଥିବା ବେଳେ, ଦିଲିପ ସମ୍ପୃକ୍ତ ନାବାଳିକାକୁ ପ୍ରେମ ନିବେଦନ କରିଥିଲା । ନାବାଳିକା ଜଣକ ଦିଲିପ କଥାରେ ରାଜି ନହେବାରୁ ବିଭାଘର ପ୍ରଲୋଭନ ଦେଖାଇ ନାବାଳିକ ଜଣକ ଏଥିରେ ରାଜି ନହେବାରୁ କାମୁକ ଯୁବକ ଦିଲିପ ମେଣଳ ପଡ଼ିଆରୁ ଗାଡ଼ିରେ ଜୋର ଜବରଦସ୍ତ ନାବାଳିକାକୁ ଉଠାଇନେଇ ଦିଲିପର ମାଉସୀ ଘର ଯାଜପୁର ରୋଡ଼ ଅଞ୍ଚଳକୁ ନେଇ ଯାଇଥିଲା । ନିଛାଟିଆ ରାସ୍ତା କଡ଼ରେ ଥିବା ଏକ ବଣ ଭିତରେ ନାବାଳିକାକୁ ବଳତ୍କାର କରିବା ସହିତ କାମୁକ ଯୁବକ ଦିଲିପ ଘରକୁ ଫୋନ ଯୋଗରେ ଜଣାଇଥିଲା । ନାବାଳିକାକ ତାଙ୍କ ଘରେ ଛାଡ଼ିଦେବାକୁ ଦିଲିପର ବାପା କହିଥିବା ବେଳେ, ଦିଲିପ ଅପହରଣ କରିଥିବା ନାବାଳିକାକୁ ତାଙ୍କ ଘର ପାଖରେ ଛାଡ଼ି ଚମ୍ପଟ ମାରିଥିଲା । ଏହି ଘଟଣା ନାବାଳିକ ତାଙ୍କ ଘରେ ଜଣାଇବାପରେ ନାବାଳିକାଙ୍କ ପରିବାର ପକ୍ଷରୁ ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବ୍ରହ୍ମବରଦା ପୋଲିସ ଏକ ମାମଲା ରୁଜୁ କରି ଅପହରଣ ଏବଂ ବଳାତ୍କାର ଅଭିଯୋଗରେ କେସ ନଂ ୬୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ଗତକାଲି ଦିଲିପ ଖୁଣ୍ଟିଆକୁ ବ୍ରହ୍ମବରଦା ଥାନା ଆଇଆଇସି ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଦେବାଶିଷ ଶତପଥି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବଳାତ୍କାର କରିଥିବା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ
|
April 8, 2024 |
