ବଳାତ୍କାର ଉଦ୍ୟମ ଅଭିଯୋଗ, ବୃଦ୍ଧଙ୍କ ସମେତ ୨ ଗିରଫ

Spread the love

ବେତନଟୀ,12.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ବେତନଟୀ ଥାନା କରତପଟା ଅଞ୍ଚଳର ଜନୈକା ମହିଳାଙ୍କୁ ଏକୁଟିଆ ପାଇ ବଳତ୍କାର ଉଦ୍ୟମ କରିଥିଲେ ଗ୍ରାମର ଦୁଇ ବ୍ୟକ୍ତି  ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ  ଅଭିଯୁକ୍ତଦ୍ୱୟ ହେଲେ ଗ୍ରାମର ବିଶ୍ୱଜିତ ଭୋଇ(୨୬) ଏବଂ ଅମର ପ୍ରସାଦ ଧଳ(୬୫)  ପୀଡିତାଙ୍କ ଅଭିଯୋଗ ମୁତାବକ ୬ତାରିଖ ଦିନ ଘରେ ଏକୁଟିଆ ଥିବାର ସୁଯୋଗ ପାଇ ବିଶ୍ବଜିତ ସମ୍ପୃକ୍ତ ବିବାହିତା ମହିଳାଙ୍କୁ ବଳତ୍କାର ଉଦ୍ୟମ କରିଥିଲା । ଏହି କାର୍ଯ୍ୟରେ ଅମର ପ୍ରସାଦ ବାହାରେ ଜଗିରହି ବିଶ୍ୱଜିତକୁ ସହଯୋଗ କରିଥିଲା । ତେବେ ଏନେଇ ଗ୍ରାମରେ ବୈଠକ ବସିଥିବାବେଳେ କୌଣସି ସମାଧାନ ନହେବାରୁ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ୨୭୧/୨୦ରେ ମାମଲା ରୁଜୁକରି ଗୁରୁବାର ବିଳମ୍ବିତ ରାତିରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଶୁକ୍ରବାର ଡାକ୍ତରୀ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment