ଯାଜପୁର, ୧୪/୦୮/୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ରାଜେନ୍ଦ୍ରପୁର ପଂଚାୟତ ହାଟସାହି ଗ୍ରାମରେ ଚେକ୍ ପ୍ରଦାନ ମେଳା ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଭୂମିହୀନ ପରିବାରକୁ ଋଣ ଆକାରରେ ପ୍ରଥମ ରସଲପୁର ବ୍ଲକ୍ ଭୂମିହୀନ ପରିବାକୁ ୫୦ ଜହାର ଟଙ୍କା ଲେଖାଏ ରସୁଲପୁର ବ୍ଲକ୍ କୃଷି ଅଧିକାରୀ ଭାଗ୍ୟଧର ସାହୁଙ୍କ ତତ୍ୱାବଧାନରେ ଋଣମେଳା ଅନୁଷ୍ଟି ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା କୃଷି ଅଧିକାରୀ ଅଜୟ କୁାର ସେନାପତି ଯୋଗଦାନ କରିଥିବା ବେଳେ, ସମ୍ମ୍ୀ୍ୟ ଅଧିକାରୀ ଧର୍ମଶାଳା ବ୍ଲକ୍ କୃଷି ଅଧିକାରୀ ଶ୍ୱେତଞ୍ଜୟ ଦାସ ଯୋଗ ଦେଇଥିଲେ । କଟକ ସମବାୟ ବ୍ୟାଙ୍କ ଶାଖା ପରିଚାଳକ କେଦାରନାଥ ଦାଶ ଯୋଗଦେଇ ଜଗନ୍ନାଥ ଓ ବଳରାମ ଭଳି ଦୁଇଟି ଗୋଷ୍ଠିକୁ ୫୦ ହଜାର ଟଙ୍କା ଲେଖାଏ ଋଣ ପ୍ରଦାନ କରିଥିଲେ । ଗ୍ରାମ୍ୟ କୃଷି ଅଧିକାରୀ ଚନ୍ଦନ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ବ୍ଲକ୍ର ୫ଟି ପଂଚାୟତରେ ୧୪ଟି ଗୋଷ୍ଠି ଗଠନ କରାଯାଇଥିବା ବେଳେ, ତନ୍ନ ମଧ୍ୟରୁ ରାଜେନ୍ଦ୍ରପୁର ପଂଚାୟତରେ ୪ଟି, ସାମନ୍ତରାପୁର ରେ ୧ଟି, ସିଙ୍ଗପୁର ରେ ୫ଟି, ବନ୍ଧଡିହ ଏବଂ ମୁଗୁପାଳ ରେ ୧ଟି ଲେଖାଏ ଗୋଷ୍ଠି ଗଠନ କରାଯାଇଚି । ଅନ୍ୟ ପଂଚାୟତରେ କୃଷି ଅଧିକାରୀ ଓ କୃଷକ ସାଥିଙ୍କ ତତ୍ୱାବଧାନରେ ଗୋଷ୍ଠି ଗଠନ କରାଯାଉଚି । ଯୋଗ୍ୟ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ କରାଯିବ ବୋଲି ସହକାରୀ କୃଷି ଅଧିକାରୀ ଭାଗ୍ୟଧର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବଳରାମ ଯୋଜନାରେ ରସୁଲପୁର ବ୍ଲକ୍ ଅଞ୍ଚଳରେ ଋଣ ପ୍ରଦାନ
|
August 14, 2021 |
![ବଳରାମ ଯୋଜନାରେ ରସୁଲପୁର ବ୍ଲକ୍ ଅଞ୍ଚଳରେ ଋଣ ପ୍ରଦାନ](https://sandhannews.com/wp-content/themes/mts_newsonline/images/nothumb-featuredfull.png)