ବଳକା ଚାଉଳରୁ ସାନିଟାଇଜର୍‌ ପ୍ରସ୍ତୁତ କରିବେ ସରକାର

Spread the love
ନୂଆଦିଲ୍ଲୀ,୨୧/୦୪ (ସନ୍ଧାନ ନିଉଜ): କେନ୍ଦ୍ରୀୟ ଗୋଦାମରେ ଗଚ୍ଛିତ ଥିବା ଚାଉଳରୁ ଇଥାନଲ୍‌ ପ୍ରସ୍ତୁତି କରି ହାତଧୁଆ ସାନିଟାଇଜର୍‌ ପ୍ରସ୍ତୁତ କରାଯିବ। ଏତଦ୍‌ବ୍ୟତୀତ ଏହା ପେଟ୍ରୋଲ୍‌ରେ ମିଶାଇ ପ୍ରଦୁଷଣ ହ୍ରାସ କରିବା ଭଳି ଇନ୍ଧନ ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଜୈବ ଇନ୍ଧନ ସମ୍ପର୍କିତ ଜାୟ ନୀତିରେ ଖାଦ୍ୟ ଶସ୍ୟରୁ ଇଥାନଲ୍‌ ପ୍ରସ୍ତୁତିକୁ ଅନୁମତି ମିଳିଛି। କେନ୍ଦ୍ର ପେଟ୍ରୋଲିଅମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନ୍ୟାସନାଲ ବାୟୋ ଫୁଏଲ୍‌ କୋଅର୍ଡିନେସନ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Related Posts

About The Author

Add Comment