ବଲେ ବଲେ ଢ଼ାବା କାହା ସ୍ୱାର୍ଥରେ ଏଠାରେ କରାଗଲା

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲାରେ ଚହଳ ପକାଇଥିବା ବଲେ ବଲେ ଢ଼ାବା କାହା ସ୍ୱାର୍ଥରେ କରାଯାଇଥିଲା । ବ୍ଲକ ପ୍ରଶାସନ ନିଦରେ ଶୋଇଥିବା ବେଳେ, ଏଠାରେ ଦିର୍ଘଦିନ ଢ଼ାବା ତିଆରି କରାଯଅଇ ବେନିୟମ କାର୍ଯ୍ୟ କରାଯାଇ ବଲେ ବଲେ ଢ଼ାବା ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଢ଼ାବାର ମାଲିକଙ୍କ ପକ୍ଷରୁ କାହା ନାମରେ ଏହି ଢ଼ାବାକୁ ଲିଜ ଆକାରରେ ଏହି ଢ଼ାବାକୁ ଏଠାରେ ଦିଆଯାଇଥିଲା । କାହା ଚାପରେ ଧର୍ମଶାଳା ବ୍ଲକ ପ୍ରଶାସନ ଚଢ଼ାଉ କରି ସିଲ କରିଥିଲା । ଘଟଣାରୁ ପ୍ରକାଶ ଯେ, ଏହି ଢ଼ାବାରେ ବିଭିନ୍ନ ଅନୈତିକ କାର୍ଯ୍ୟ କରାଯିବା ସହିତ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବିରୋଧରେ ଅଭିଯୋଗ କରାଯାଇଚି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଢ଼ାବକୁ ସିଜ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଧେଷ ଦେଇଥିଲେ । ଏହି ବଲେ ବଲେ ଢ଼ାବରେ ମୌଜ ମଜଲିସ କରିବା ସହିତ ବିଭିନ୍ନ ଅନୈତିକ କାର୍ଯ୍ୟ ଏହି ଢ଼ାବରେ କରାଯାଉଥିଲା । ଏହି ଢ଼ାବା ଘଟଣାକୁ ନେଇ ଯାଜପୁର ଜିଲ୍ଲାରେ ଚର୍ଚ୍ଚାର ବିନ୍ଦୁ ପାଲଟିଥିବା ବେଳେ, ଏହି ଢ଼ାବାରେ ଶୀତ ତାପନିୟନ୍ତ୍ରିତ କୋଠରୀ ରହିଥିବା ବେଳେ, ସରକାରୀ ତହବିଲରୁ ଅର୍ଥ ଲୁଟ କରାଯାଇ ଏହି ବଲେ ବଲେ ଢ଼ାବାରେ ଲାଗୁଥିଲା । ଏହି ଢ଼ାବରେ ଅନୈତିକ କାର୍ଯ୍ୟ କରାଯାଉଥିବା ବେଳେ, ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜଣେ ଅଭିନେତ୍ରୀ ବିଜେଡ଼ି ମହିଳା ନେତ୍ରୀ ସ୍ୱାମୀଙ୍କ ଦ୍ୱାରା ଏହି ଢ଼ାବା ପରିଚାଳନା କରାଯାଉଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବଲେ ବଲେ ଢ଼ାବରେ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ନୋଟିସ କରାଯିବା ସହିତ ଶିନିବାର ଦିନ ଏହି ଢ଼ାବକୁ ଖାଲି କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଦେଖିବାକୁ ପାଇଥିଲେ । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଲୈନା ଦାଶଙ୍କ ଉପରକୁ ଆଙ୍ଗୁଠି ନିର୍ଦ୍ଦେଷ କରିଛନ୍ତି । ଏହି ଢ଼ାବାରେ ଅନୈତିକ କାର୍ଯ୍ୟ ହେଉଥିବାରୁ ପୋଲିସ ପ୍ରଶାସନ ଏହାକୁ ଜବତ କରିବା ଲାଗି ଡରୁଥିଲା । ଏନେଇ ଧର୍ମଶାଳାର ବିଡ଼ିଓ ଢ଼ାବା ଖାଲି କରିବା ପାଇଁ ନିର୍ଦ୍ଦେଷ ଦେଇଥିଲେ । ବ୍ଲକର ରାଜସ୍ୱ ଆଦାୟ ଲକ୍ଷ୍ୟକୁ ନେଇ ସରକାର ଅର୍ଥର ସାସ୍କୃତିକ କାର୍ଯ୍ୟ କରିବା ପାଇଁ ଧର୍ମଶାଳା ଭବନ ନିର୍ମାଣ ହୋଇଥିଲା । ପ୍ରଥମେ ସାରୋଇ ଗ୍ରାମର ହେମନ୍ତ ଜେନା ବାର୍ଷିକ ୪ଲକ୍ଷ ୧୦ଟଙ୍କାରେ ୧୦ବର୍ଷ ପାଇଁ ଶ୍ରୀ ଜେନା ଲିଜ ନେଇଥିଲା । ପରେ ଏହି ଭବନ ପରିଶରରେ ଢ଼ାବା ଏବଂ ଲଜ ଗଢ଼ି ଉଠିଥିଲା । ହେମନ୍ତ ୨୦୨୦ରୁ ୬ଲକ୍ଷ ୫ହଜାର ଟଙ୍କା ବାକି ରଖିଥିଲେ । ଯାହାକି ବ୍‌କ ପକ୍ଷରୁ ୩ଟି ଚିଠି କରାଯାଇଥିଲା । ହେମନ୍ତ ବାକି ଟଙ୍କା ପୈଠ କରିନାହାନ୍ତି ବୋଲି ସୂଚନା ମିଳିଚି । ଧର୍ମଶାଳାର ବିଡ଼ିଓ ଦେବେନ୍ଦ୍ର ବଳ, ଧର୍ମଶାଳା ଭବନକୁ ଲିଜରେ ଦିଆଯାଇଥିବା ଶ୍ରୀ ବଳ କହୁଛନ୍ତି କିନ୍ତୁ ଏହି ଢ଼ାବାକୁ କିଏ ପରିଚାଳନା କରୁଥିଲେ ସେ ସମ୍ପର୍କକରେ ଶ୍ରୀ ବଳ କିଛି ଜାଣିନାହାଁନ୍ତି ବୋଲି ସୂଚନା ଦେଇଛନ୍ତି । ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) ଧର୍ମଶାଳା ବାସୀଙ୍କର ଏହି ଭବନ ଲିଜକୁ ବାତିଲ କରିବା ସହିତ ଷ୍ଟାଡିୟମ ଧର୍ମଶାଳା କ୍ଲବ ସିଭିଲ ସେଣ୍ଟର ବିଜୁ ଗ୍ରାମୀଣ ଗୃହର ନିଲାମ ପ୍ରକିୟା ଜାଞ୍ଚ କରିବା ପାଇଁ ନିର୍ଦ୍ଦେଷ ଦେଇଛନ୍ତି । ସୂଚନା ଥାଉକି ୭୦ଲକ୍ଷ ଟଙ୍କା ନିର୍ମିତ କରାଯାଇଥିବା ଧର୍ମଶାଳା ଭବନର ବଲେ ବଲେ ଢ଼ାବାର ଗୁପ୍ତ ମାଲିକ ଶିନିବାର ସାମଗ୍ରୀ ହଟାଇବା ଆରମ୍ଭ କରିଛନ୍ତି । ଏହି ଚର୍ଚ୍ଚିତ ଢ଼ାବାର ନାମକୁ ନେଇ ବ୍ଲକ ପ୍ରଶାସନ ଭୁଆଁ ବୁଲାଉଥିବା ଏପରିକି ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଢ଼ାବା ନିର୍ମାଣ କରାଯିବା ପରେ ପ୍ରଶାସନକୁ ହସ୍ତାନ୍ତରିତ କରାଯାଉନଥିବା ଅଭିଯୋଗ ହୋଇଚି । ପ୍ରଭାବଶାଳୀ ନେତା ମାନଙ୍କୁ ଖସାଇବାକୁ ଉଦ୍ୟମ କରାଯାଉଥିବା ସମ୍ପୃକ୍ତ ଅପରାଧିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ସହିତ ଧର୍ମଶାଳା ବିବିଓ ଶ୍ରୀଯୁକ୍ତ ବଳ କରିଥିବା ନୋଟିସରେ ଦର୍ଶାଇଛନ୍ତି । ଲୋକ ମାନଙ୍କ ଅଭିଯୋଗ କରାଯିବା ପରେ ଏହି କାର୍ଯ୍ୟ କରାଯାଉଥିଲା । ଢ଼ାବା ବନ୍ଦ କରିବାକୁ ହୋଇଥିବା ନୋଟିସରେ କାହାରି ନାମ ନୋଟିସରେ ଉଲ୍ଲେଖ ରହିନଥିବା ବେଳେ, ଏହି ଚର୍ଚ୍ଚିତ ଢ଼ାବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଚି । ଏଭଳି ବେଆଇନି କାରବାରରେ ପ୍ରଶାସନ କାହିଁକି ପଦକ୍ଷପ ନେଉନଥିଲା ଚର୍ଚ୍ଚା ହେଉଚି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ବିଜେଡ଼ି ନେତ୍ରୀ ଏଲିନା ଦାଶଙ୍କ ମତାମତ ନେବା ପାଇଁ ଯୋଗ ଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ ଉଠାଇନଥିଲେ ।

Related Posts

About The Author

Add Comment