ବଲାଙ୍ଗୀର ପୋଲିସ ହାତରେ ଅନ୍ଥଃ ରାଜ୍ୟ ଡକାୟତ ଦଳ

Spread the love

ବଲାଙ୍ଗୀର,୨/୧୨ (ସନ୍ଧାନ ନିୟୁଜ) ବଲାଙ୍ଗୀର ପୋଲିସ ଆଜି ପାଞ୍ଚ ଜଣିଆ ଡକାୟତ ଦଳ କୁ ଧରିବାରେ ସକ୍ଷମ ହୋଇଛି। ଏହି ପାଞ୍ଚ ଜଣିଆ ଡକାୟତ ମଧ୍ୟରେ ଜଣେ ସ୍ତ୍ରୀ ଲୋକ ସହିତ ଚାରି ଜଣ ଡକାୟତ ଥିବା ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଏମ୍ ସମ୍ପଦ ସୂଚନା ଦେଇଛନ୍ତି । ଏହି ଚାରି ଜଣ ହେଲେ ଏମ୍ ସାଲୁ ରେଡ୍ଡୀ,ଏ ଶିବା,ଏ ସନ୍ତୋଷ, ଡି ଗାନ୍ଧୀ ଓ ସ୍ମୁତି ଦାସ ଗଙ୍ଗା ।ଏ ସମସ୍ତଙ୍କର ଘର ଆସ୍କା ଗଞ୍ଜାମ ଅଞ୍ଚଳରେ ଏବଂ ଏମାନେ ଦୀର୍ଘ ୧୫ ଦିନ ହେବ ବଲାଙ୍ଗୀର ସହର ଶାନ୍ତି ପଡ଼ା ରେ ରହି ଡକାୟତି ଯୋଜନା କରିବା ସହ ସଇଁତଳା, କଣ୍ଟାବାଞ୍ଜି,ଟିଟିଲାଗଡ,ମୁରିବହାଲ୍ ଅଞ୍ଚଳକୁ ଡକାୟତି କରିବାକୁ ଯାଉଥିଲେ। ଏବଂ ସେ ସମସ୍ତ ଙ୍କୁ ସେ ସ୍ତ୍ରୀ ଲୋକ ରୋଷେଇ କରି ଖାଇ ବାକୁ ଦଉଥିଲା ।

ଗ୍ରାହକ ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ଆସିଲା ପରେ ତାଙ୍କର ପିଛା କରି ଟଙ୍କା ଲୁଟ୍ କରିବା ସହ ଗ୍ରାହକର ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟ ରେ ସଂପୃକ୍ତ ଥିବା ପୋଲିସ କହିଛି।

ତାଙ୍କ ଠାରୁ ଦୁଇଟି ବାଇକ୍ ଗୋଟିଏ ପଲ୍ ସର୍ ଗାଡ଼ି ନମ୍ୱର ଓ ଡି ୩୨ ଇ ୬୪୨୭ ଓ ଅନ୍ୟଟି ଆପଚି ଗାଡ଼ି ନମ୍ୱର ଓ ଡି ୩୨ ଡି ୪୨୭୫ କୁ ପୋଲିସ ଜବତ କରିଛି। ଡକାୟତ ଦଳ ଠାରୁ ଦୁଇଟି ଡିକି ଚାବି, ନଗଦ ୧୯୦୦୦ ଟଙ୍କା, ୧୧ ଟି ମୋବାଇଲ, କପଡା ପୋଲିସ ଜବତ କରିଛି ।

Source – D Sahu, Balangir

Related Posts

About The Author

Add Comment