ବର୍ଷେ ପରେବି ମିଳିଲାନି ହରିଶଚନ୍ଦ୍ର ସହାୟତା, ଅବାସ ଗୃହ; ଭଙ୍ଗା କୁଡିଆରେ ବିତୁଛି ଦୟନୀୟ ଜୀବନ

Spread the love

ଧର୍ମଶାଳା, ୧୨/୮ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ସରକାରଙ୍କ ଗରିବଙ୍କ ପାଇଁ ତିଆରି କରି ଚାଲନ୍ତି ଯୋଜନା ପରେ ଯୋଜନା ମାତ୍ର ତାହାରେ ଗରିବ ମାନଙ୍କର ଉନ୍ନତି କରିବା ଦିଗରେ ସହାୟକ ହୋଇପାରୁନି କେତକ କୁଜିନେତା ଏବଂ ଅର୍ଥଲୋଭୀ ନେତାଙ୍କ କଥାରେ ପରିଚାଳିତ ଅଧିକାରୀଙ୍କ ପାଇଁ । ଯାହାର ଏବେ ନଗ୍ନ ଉଦାହରଣ ସାଜିଛି ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଗୋବରେଶ୍ୱର ଗ୍ରାମର ଦଳତ ମହିଳା ରୁକ୍ମଣୀଙ୍କ କ୍ଷେତ୍ରରେ । ସୂଚନା ମୁତାବକ ରୁକ୍ମଣୀଙ୍କ ସ୍ୱାମୀ କୌଳାସ ମଳିକ(୬୨) ଗତବର୍ଷ ଜୁନୁ ମାସ ୫ତାରିଖରେ କର୍କଟ ରୋଗରେ ପୀଡିତ ହୋଇ ପରୋଲୋକ ଘଟିଥିଲା । ଏହି ସମୟରେ କ୍ରିୟା କାର୍ଯ୍ୟ ପାଇଁ ରୁକ୍ମଣୀଙ୍କୁ ତୁରନ୍ତ ହରିଚନ୍ଦ୍ର ସହାୟତା ଯୋଗାଇଦେବା କଥା ମାତ୍ର ସେତେବେଳେ ଅଧିକାରୀ ମାନେ ତାହା ନକରି ଆଜି କାଲି କହି ତାଙ୍କୁ ଭଣ୍ଡାଇ ଚାଲିଥିଲେ । ଅନ୍ୟପଟରେ ସେ ଅଦ୍ୟବିଧି ଭଙ୍ଗା କୁଡିଆରେ ବାସ କରୁଥିବା ବେଳେ ଆବାସ ଯୋଜନାରୁ ମଧ୍ୟ ତାଙ୍କୁ ବଂଚିତ କରାଯାଇଛି । କେବଳ ବହୁ ପୁର୍ବରୁ ମାତ୍ର ସ୍ୱଳ୍ପ ଟଙ୍କା ଘର ପାଇଁ ମିଳିଥିବା ଆଳ ଦେଖାଇ ସରକାରୀ ବାବୁ ମାନେ ତାଙ୍କୁ ଘର ଦେଉନାହାନ୍ତି । ଯେଉଁ ବ୍ଲକରେ ରାଜନେତାଙ୍କ କଥାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଡିଓ ମାନେ କୋଠାଘର ଥିବା ଏବଂ ବଡବଡିଆଙ୍କୁ ଦୁଇତିନି ଥର ଘର ଦେଇପାରୁଛନ୍ତି ସେଠି ଘର ନଥିବା ଲୋକଙ୍କୁ କେଉଁ ଦିନରୁ ଘର ମିଳିଥିବା ଆଳ ଦେଖାଇ କାଟ ଦିଆଯାଉଛି । ଯେଉଁ ସମୟରେ ତାଙ୍କୁ ଘର ମିଳିଥିଲା ସେହି ସମୟରେ କୁଜିନେତା ମାନେ ତାଙ୍କ ଟଙ୍କା ପାଇସା ହଡପ କରିନେଇଥିଲେ । ଏପରକି ଫଳରେ ସେ ଘର କରପାରନଥିଲେ । ସେବେଠାରୁ ସେହି ଭଙ୍ଗା କୁଡିଆରେ ଚଳୁଛନ୍ତି । ଅନ୍ୟପଟରେ ଗୋଟିଏ ବୋଲ ପୁଅ ଅଭିନ ମଳିକ (୩୦) ଦାଦନ ଖଟୁଥିବା ବେଳେ ସେଥିରେ ଘର ଚଳାଇବା ସମ୍ଭବ ହେଉନାହିଁ । ଯାହାର ଫଳରେ ନିଜ ପାଇଁ କୋଠାଘରର କରିବା ଆଶା ତାଙ୍କର ଦିବାସ୍ୱପ୍ନ ପାଲଟିଛି । ଏହି ଘଟଣା ସମ୍ପର୍କରେ ପଂଚାୟତର ସମିତି ସଭ୍ୟ ମଧୁସୁଦନ ବେହେରାଙ୍କୁ ପଚାରବାରୁ ତାଙ୍କର ଆବେଦନ ହେଉଛି ହେଲେ ମଳିନାହିଁ ବୋଲି କହି ଘଟଣାକୁ ଏଡାଇ ଯାଉଛନ୍ତି । ଅନ୍ୟ ପଂଚାୟତର ନେତା ମାନେ ମୁହଁ ଖୋଲୁ ନାହାନ୍ତି । ଫଳରେ ଗରିବଙ୍କ ବିକାଶ ପାଇଁ କରାଯାଇଥିବା ଯୋଜନା କେବଳ ବଡବଡିଆଙ୍କ ପାଇଁ କରାଯାଇଥିବା ସାବସ୍ତ୍ୟ ହେଉଛି । ତୁରନ୍ତ ଏହା ଜିଲ୍ଲାପାଳ ଦୃଷ୍ଟି ଦେଇ ଆବସା ଯୋଜନା ଏବଂ ହରିଚନ୍ଦ୍ର ଯୋଜନାର ଅର୍ଥରାଶି ଦେବା ପାଇଁ ରୁକ୍ମଣୀ ସମେତ ଧର୍ମଶାଳାର ବହୁ ବୁଦ୍ଧିଜିବୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment