ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ସମ୍ବର୍ଦ୍ଧିତ

Spread the love

ଧର୍ମଶାଳା, ୪/୧୧ (ସନ୍ଧାନ ନିଉଜ) : ଧର୍ମଶାଳା ଅଂଚଳର ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ କୋତପୁର ଗ୍ରାମର ଗଗନ ବିହାରୀ ଜେନାଙ୍କୁ ରାଜ୍ୟସ୍ତରୀୟ ‘ଉଜ୍ଜଳ ଗୈାରବ’ ସମ୍ମାନରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ବିଜୁପଟ୍ଟନାୟକ ଛାତ୍ର ସଂଘ ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ଓଡିଶା ଉଠା ଜଳସେଚନ କର୍ପୋରେସନର ଅଧ୍ୟକ୍ଷ ଅମରେଶ ପତ୍ରୀ ଯୋଗଦେଇ ଶ୍ରୀ ଜେନାଙ୍କୁ ମାନପତ୍ର ଓ ଉପଢ଼ୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।ଏହାର ଆବାହକ ତଥା ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ସୁନୀଲ କୁମାର ପଣ୍ଡା ଓ ସଂଗଠନ ସଂପାଦକ ସ୍ନେହାଶ୍ରୀ ଜେନା, ଆଶୀଷ ଜେନା ଓ ଶୁଭ୍ରାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment