ବର୍ଷା ସମ୍ଭାବନା ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

Spread the love

ଭୁବନେଶ୍ୱର, ୧୯/୦୬ (ସନ୍ଧାନ ନିଉଜ)  ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୦.୯ କିମି ପର୍ଯ୍ୟନ୍ତ ତଥା  ପଶ୍ଚିମ ରାଜସ୍ଥାନ ରୁ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଥିବା ନିମ୍ନ ଚାପ ରେଖା ଏବଂ ଦକ୍ଷିଣ-ପଶ୍ଚିମ ବିହାର ଏବଂ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶ ଅଂଚଳରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରାୟ ଅଂଚଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10 ଟି ଜିଲ୍ଲା  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସୁନ୍ଦରଗଡ,ଦେଓଗଡ,କେଉଁଝର,ମୟୂରଭଞ୍ଜ,ବାଲେଶ୍ବରରେ,ଯାଜପୁର,ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁରରେ ୟେଲୋ ଚେତାବନୀ ଜାରୀ କରାଯାଇଛି। ତେବେ ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହିପରି ବର୍ଷାପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Related Posts

About The Author

Add Comment