ରାଉରକେଲା, ୧୨/୦୩ /୨୦ (ସନ୍ଧାନ ନିଉଜ): ରାଉରକେଲାରୁ କୁଆରମୁଣ୍ଡା ବ୍ଲକର ଅନେକ ପଞ୍ଚାୟତକୁ ସଂଯୋଗ କରୁଥିବା ବାଉଁଶ ପୋଲ ଭୁଶୁଡି ପଡିଛି । ଝାଡଖଣ୍ଡରେ ବର୍ଷା କାରଣରୁ ପୋଲଟି ଭୁଶୁଡି ଯାଇଥିବା ସୂଚନା ରହିଛି । ଫଳରେ ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ସାଧାରଣଲୋକେ । ଏହି ପୋଲ ଦେଇ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଯାତାୟତ କରନ୍ତି । ହେଲେ ପୋଲଟି ଭୁଶୁଡି ପଡିଥିବାରୁ ଲୋକଙ୍କ ଯାତାୟତ ଉପରେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଆଗରୁ ରିଓ ଘାଟରେ ସରକାର ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ହେଲେ ଏହି ନିଷ୍ପତ୍ତିକୁ ବଦଳାଇ ପସରା ଘାଟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ ଏହି ବାଉଁଶ ପୋଲ ଥିଲା ଯାତାୟତର ପ୍ରମୁଖ ମାଧ୍ୟମ । ଅନ୍ୟପଟେ ପୋଲ ଭାଙ୍ଗିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ତଥାପି ସ୍ଥାୟୀ ବ୍ରିଜ କରିବାକୁ ସାଧାରଣରେ ଦାବି ହୋଇଛି ।
Report- Subodh Nayak



