ସୁନ୍ଦରଗଡ ତା:୩/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ବାଲିସଙ୍କରା ବ୍ଲକ ଅନ୍ତର୍ଗତ ବିରକାଲଡ଼ିହି ପଞ୍ଚାୟତ ର ବରୋମାଲ ଗ୍ରାମ ଆଜକୁ ଅନେକ ସମୟଧରି ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି । ଗ୍ରାମର ଆଜି ପର୍ଯ୍ୟନ୍ତ ଗୋଟିଏ ସରକାରୀ ସହାୟତା କାହାରିକୁ ମିଳିଛି କି ରାସ୍ତା ଘାଟର ସୁବିଧା ଅଛି । ରାସ୍ତ ଭଳିଆ ଯାହା ଅଛି ସେଥିରେ କାଦୁଅ ଓ ପାଣି ଭର୍ତ୍ତି ହୋଇ ରହିଛି । ସ୍ୱାଧୀନତା ପରଠାରୁ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗ୍ରାମରେ ପାଇବା ପାଣିପାଇଁ ଅଛି ଛଅଟି ନଳକୂପ ସେଥିରୁ ଚାରୋଟି ଅଞ୍ଚଳ ଆଉ ଦୁଇଟିରୁ ଯାହା ବାହାରେ ତାହା ଗ୍ରାମରେ ଥିବା ଲୋକଙ୍କ ଅଭାବ ମେଣ୍ଟାଇ ପାରେନାହିଁ । ତା ସହିତ ଏହି ଗ୍ରାମରେ ଗାଧୋଇବା ପାଇଁ ପୋଖରୀ ଗୋଟିଏ ମଧ୍ୟ ନାହିଁ । ଉକ୍ତ ଗ୍ରାମରେ ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ନାହିଁ ।ସୂଚନା ଅନୁସାରେ ୩୫ବର୍ଷ ପୂର୍ବରୁ ଏକ ପୋଖରୀ ଖୋଲା ହୋଇ ଅଧାପନ୍ତରିଆ ଛାଡ଼ି ଦିଆଯାଇଥିଲା ଫଳରେ ତାହା ପୋତିହେବାକୁ ବସିଲାଣି ।
ଏହି ସବୁର ଅସୁବିଧାର ତଦାରଖ ପରେ ପ୍ରଗତିଦଲ ଆସନ୍ତା ୭ତାରିଖରେ ବ୍ଲକ ଘେରାଉ କରିବାର ସୂଚନା ଦେଇଛନ୍ତି ।
ବରୋମାଲ ଗ୍ରାମବାସୀ ସରକାରୀ ସହାୟତାରୁ ବଞ୍ଚିତ, ଆସନ୍ତା ୭ତାରିଖରେ ପ୍ରଗତି ଦଳ ପକ୍ଷରୁ ବ୍ଲକ ଘେରାଉର କାର୍ଯ୍ୟକ୍ରମ
|
October 3, 2021 |
