ବରୁଣେଶ୍ୱର ମେଳା – ୨୦୨୩ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ଯାଜପୁର, ତା ୦୮.୧୨.୨୦୨୨(ସନ୍ଧାନ ନିଉଜ) ଓଡିଶା ପ୍ରସିଦ୍ଧ ବରୁଣେଶ୍ୱର ମେଳା ଊପଲକ୍ଷେ ଅରେଇ ଗ୍ରାମ ପଂଚାୟତ ବରୁଣେଶ୍ୱର କଲ୍ୟାଣ ମଣ୍ଡପ ପରିରରେ ୨୦୨୩ ବରୁଣେଶ୍ୱର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲିକ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବୈଠକକୁ ଉଦ୍‌ଘାଟନ କରି କହିଲେ ଯେ, ବରୁଣେଶ୍ୱର ମେଳା ଏକ ଏତିହାସିକ ମେଳା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ ମେଳା ଅନୁୁଷ୍ଠିତ ହୋଇପାରି ନ ଥିଲା । ଚଳିତ ବର୍ଷ ଏହାକୁ ଆଡମ୍ୱରପୂର୍ଣ୍ଣ ଓ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଜିଲ୍ଲା ପରିଷଦ ୨୬ ନମ୍ୱର ଜୋନର ସଦସ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠଳରେ ମେଳାକୁ ଶୃଙ୍ଖଳିତ କରିବା ପାଇଁ ଅନେକ ଗୁଡିଏ ପ୍ରସ୍ତାବ ହାତକୁ ନିଆଯାଇଥିଲା । ପ୍ରଥମତଃ ମେଳାର ଅବ୍ୟବହିତ ପୂର୍ବରୁ ଚତୁପାଶ୍ୱର୍ ରାସ୍ତାର ମରାମତି ତଥା ପ୍ରସସ୍ତିକରଣ ନିମନ୍ତେ ପୂର୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ମେଳା ସମୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାପିଂକ ନିୟନ୍ତ୍ରଣକୁ କଡାକଡି କରାଯିବ । ଜନସାଧାରଣଙ୍କ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ରହିବେ ବୋଲି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲିକ ପ୍ରକାଶ କରିଥିଲେ । ସେହିପରି ମେଳା ସମୟରେ ନିରବଚ୍ଚ୍ଥିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରିମଳ ବିଭାଗ ତରପଂରୁ ଅସ୍ଥାୟୀ ପାଇଖାନା ମାନ ସ୍ଥାପନ ସହ ମେଳାର ବର୍ଯ୍ୟବସ୍ତୁ ବିନିଯୋଗ ପାଇଁ ପଦକ୍ଷେପ ନିଆଯିବ । ସ୍ୱାସ୍ଥ୍ୟ ବିଭାଗ ତରପଂରୁ ଦିବା ରାତ୍ର ଆମ୍ୱୁଲାନ୍ସ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ରହିବ । ସେହିପରି ନିୟମିତ ରୂପେ ସାନିଟାରୀ ଇନିସ୍ପେକ୍ଟରଙ୍କ ପକ୍ଷରୁ ଭାବେ ମେଳାରେ ଥିବା ଦୋକାନ ଗୁଡିକରେ ବିକ୍ରି ହେଉଥିବା ଖାଦ୍ୟର ଗୁଣବତା ପରୀକ୍ଷା କରାଯିବ । ଏହି ଦିନ ମାନଙ୍କରେ ଅବକାରୀ ବିଭାଗ ପକ୍ଷରୁ ଧରପଗଡ ଚାଲୁ ରହିବ ବୋଲି ବୈଠଳରେ ନିଷ୍ପତି ନିଆଯାଇଥିଲା । ବୈଠଳରେ ଅନ୍ୟ ମାନଙ୍କ ମଧ୍ୟରେ ଊପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ସମେତ ବ୍ଳ୍‌କ ଅଧ୍ୟକ୍ଷା ରଂଜିତା ଦାସ, ଉପାଧ୍ୟକ୍ଷ ସେକ୍ ଏର୍ଶାଦ, ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ, ଥାନା ଅଧିକାରୀ ରଂଜିତ୍ ମହାନ୍ତି, ଅରେଇ ସରପଂଚ ସ୍ମୃତି ସମୀକ୍ଷା ମଲିକ, ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର, ବିଂଝାରପୁର ବି.ଡି.ଓ. ମିନତି ଜଗଦେବ, ସ୍ଥାନୀୟ ମୁରବି ଗୋବିନ୍ଦ ପରିଡା, ମୂରଲୀ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment