ବରୁଆଁରେ ଆପ୍ରେଣ୍ଟିକ୍ସ ମେଳା ଅନୁଷ୍ଠିତ

Spread the love

ଯାଜପୁର, ୨୧/୦୪/୨୨ (ସନ୍ଧାନ ନିଉଜ) : ଜିଲ୍ଳ୍‌ା ପ୍ରଶାସନ ଓ ଜିଲ୍ଳ୍‌ା ନିୟୋଜନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଳ୍‌ାରେ ଥିବା ଆଇ.ଟି.ଆଇ. ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ପାଇଁ ଆପ୍ରେଣ୍ଟିକ୍ସ ମେଳା ବରୁଆଁ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ମେଳାରେ ଏମ୍‌.ଏସ୍‌.ଏମ.୍‌ଇ. ,କଟକର ସହକାରୀ ନିର୍ଦ୍ଦେଶକ ଡଃ ଶିବାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଆସିଥିବା ସମସ୍ତ ଆଇ.ଟି.ଆଇ. ଚ୍ଥାତ୍ର ଚ୍ଥାତ୍ରୀ ମାନେ ଜିଲ୍ଳ୍‌ାରେ ଥିବା ଶିଳ୍ପ ସଂସ୍ଥା ଗୁଡିକରେ ଆପ୍ରେଣ୍ଟିକ୍ସ ଟ୍ରେନିଂ ନେବାପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ଦକ୍ଷତା ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ମେଳାରେ ଊପସ୍ଥିତ ସମସ୍ତ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହ ଏହି ମେଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଣୀ ସାହୁ ଏହି ମେଳାର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ମେଳାରେ ମୋଟ ୨୦୦ ରୁ ଊର୍ଦ୍ଧ୍ୱ ଆଇ.ଟି.ଆଇ. ଚ୍ଥାତ୍ର ଚ୍ଥାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୨ ଗୋଟି ଶିଳ୍ପ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ଆପ୍ରେଣ୍ଟିକ୍ସ ମେଳାରେ ଶିଳ୍ପ ସଂସ୍ଥା ମାନେ ସାକ୍ଷାତକାର ମାଧ୍ୟମରେ ବିଭିନ୍ନ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ଚୟନ କରିଚ୍ଥନ୍ତି ।

Related Posts

About The Author

Add Comment