ବରୁଅାଁ ବାଲିଚନ୍ଦ୍ରପୁର ରାସ୍ତାରୁ ୨ଲକ୍ଷ ଟଙ୍କଟ ଲୁଟି ନେଲେ ଦୃବୁର୍ତ୍ତ

Spread the love

ଯାଜପୁର ସଦର, ୨୨/୦୫/୨୦୨୨ (ସନ୍ଧାନ ନିଉଜ): ଯାଜପୁର ସଦର ଥାନା ଅନ୍ତର୍ଗତ ବରୁଅାଁ ବାଲିଚନ୍ଦ୍ରପୁର ରାସ୍ତା ଶଙ୍ଖମଠ ଠାରେ ଗାଡ଼ି ଚାଳକକୁ ଆକ୍ରମଣ କରି ୨ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ, ଶଙ୍ଖମଠ ରାସ୍ତା କାଦୁଆଖୁଣ୍ଟି ନିକଟ ରାସ୍ତାରେ ଗତକାଲି ରାତି ୯ଟା ସମୟରେ ବନ୍ଧଡିହ ଗ୍ରାମର ନବକିଶୋର ଜେନାଙ୍କ ଡ୍ରାଇଭର ରବିନ୍ଦ୍ର କୁମାର ସ୍ୱାଇଁ(କାବୁଆ) କୁଆଖିଆ ମୁଧୁବନରୁ ବାଦାମ ବେପାରୀ ଠାରୁ ୨ଲକ୍ଷ ଟଙ୍କା ୪ଟି ୫ଶହ ଟଙ୍କିଆ ବଣ୍ଡଲ ଧରି ବନ୍ଧଡିହକୁ ଆସୁଥିବା ବେଳେ, ଶଙ୍ଖମଠ ନିକଟ କାଦୁଆଖୁଣ୍ଟି ନିକଟରେ ଦୁଇଜଣ ଦୃବୁର୍ତ୍ତ ବାଇକରେ ଆସି ରବିନ୍ଦ୍ର ଚଳାଉଥିବା ପିକଅପ ଭ୍ୟାନକୁ ଟେକା ମାରିବାରୁ ଆଗକାଚ ଫାଟିଯିବାରୁ ଡ୍ରାଇଭର ରବିନ୍ଦ୍ର ବ୍ରେକ ମାରି ଗାଡ଼ି ଅଟକାଇଥିଲା । ଏହାର ସୁଯୋଗ ନେଇ ଡ୍ରାଇଭର ରବିନ୍ଦ୍ରକୁ ଗାଡ଼ିରୁ ଘୋଷାରି ଆଣି ମୁଣ୍ଡରେ ଆଘାତ କରିବାରୁ ଡ୍ରାଇଭର ରବିନ୍ଦ୍ର ବେହୋସ ହୋଇ ଯିବାରୁ ପକେଟରେ ରଖିଥିବା ୨ଲକ୍ଷ ଟଙ୍କାକୁ ଦୃବୁର୍ତ୍ତ ମାନେ ଲୁଟି ନେଇ ଚମ୍ପଟ ମାରିଥିଲେ । ନିକଟ ଗ୍ରାମର ଜଣେ ଭଦ୍ରଲୋକ ଭୋଜିଖାଇ ଆସୁଥିବା ବେଳେ, ଗାଡ଼ିି ଦେଖି ସେଠାରେ ଅଟକି ଥିଲେ । ଗାଡ଼ିରେ ଥିବା ନମ୍ବରକୁ ଦେଖି ମାଲିକ ନିକଟକୁ ଫୋନ କରିବାରୁ ବନ୍ଧଡିହ ଗ୍ରାମର ବ୍ୟବସାୟୀ ନବକିଶୋର ଜେନାଙ୍କ ପୁଅ ବିଭୁପ୍ରଶାଦ ଜେନା କେତେ ଜଣ ଲୋକଙ୍କୁ ଧରି ବରୁଅାଁକୁ ଯାଇଥିଲେ । ଆହତ ହୋଇଥିବା ଡ୍ରାଇଭର ରବିନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମେଡିକାଲକୁ ନେଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ଥିବା ବେଳେ, ରବିନ୍ଦ୍ରକୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରି ବନ୍ଧଡିହକୁ ଅଣାଯାଇଥିଲା । ଆମ ଜିଲ୍ଲା ପ୍ରତିନିଧି ରବିନ୍ଦ୍ର ଠାରୁ ସମସ୍ତ ଘଟଣା ଜାଣିବା ପରେ ଏନେଇ ଯାଜପୁର ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ରକୁ ବାରମ୍ବାର ଟେଲିଫୋନ କରିବାରୁ ଏହାର କୌଣସି ଏହାର କୌଣସି ଉତ୍ତର ଚକ୍ର ଦେଇନଥିଲେ । ଯାହକି ଲୁଟ ହୋଇଥିବା ଟଙ୍କାର ମାଲିକ ନବକିଶୋର ଜେନାଙ୍କ ସାନଭାଇ ବିଜୟ ଜେନା ଆଜି ବରୁଅାଁ ସଦର ଥାନାରେ ଏତଲା କରିଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ସଦର ଥାନା ୪ରୁ ୫ କିଲୋମିଟର ହୋଇଥିବା ବେଳେ, ବାରମ୍ବାର ଏହି ରାସ୍ତାରେ ଲୁଟ ହେଉଥିବା ଦେଖିବାକୁ ମିଳୁଚି । ସଦର ଥାନା ପୋଲିସ ପକ୍ଷରୁ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହେଉଚି । ରବିନ୍ଦ୍ର ଟଙ୍କା ଧରି ମଧୁବନରୁ ଆସୁଥିବା ଟଙ୍କା ଦେଇଥିବା ମାଲିକ ସିସିଟିଭି ଫୁଟେଜକୁ ଯାଞ୍ଚ କରାଗଲେ ପ୍ରକୃତ ସତ୍ୟ ଘଟଣା ଜଣାପଡ଼ିବା ସହିତ ଦୃବୁର୍ତ୍ତ ମାନଙ୍କୁ ଧରିବା ଲାଗି ସାଧାରଣରେ ଦାବି ହେଉଚି ।

Related Posts

About The Author

Add Comment