ବରୀ ଭାଜପା ପକ୍ଷରୁ ମିଶ୍ରଣ ପର୍ବ, ବିଜେଡି ଛାଡିଲେ ଛାମୁଆ ନେତାଙ୍କ ସମେତ ୩ଶହରୁ ଉର୍ଦ୍ଧ କର୍ମୀ

Spread the love

ବରୀ, ୧୧/୪ (ସନ୍ଧାନ ନିୟୁଜ) ବରୀ ନିର୍ବାଚନ ମଣ୍ଡଳିରେ ବିରୋଧୀ ଭାଜପା ନେତା ତଥା ଦଳୀୟ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କ ମିଶ୍ରଣ ପର୍ବ ବିରୋଧୀ ବିଜେଡି ପ୍ରାର୍ଥୀଙ୍କ ହୃଦ୍ ସ୍ପନ୍ଦନକୁ ବଢାଇ ଦେଇଛି । ମଙ୍ଗଳବାର ଦିନ ଶ୍ରୀ ମଲ୍ଲିକ ରସୁଲପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷା ରଶ୍ମିତା ଦାସ ଓ ତାଙ୍କ ସମର୍ଥକଙ୍କୁ ନେଇ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା । ସେ ଖୁବ୍ଶିଘ୍ର ବିଜେଡି ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ତାହା ଆଜି ସତରେ ପରିଣତ ହୋଇଛି । ଶ୍ରୀମତି ଦାସ ଆଜି ଆନୁଷ୍ଠାନିକ ଭାବରେ ଭାଜପାରେ ଯୋଗଦେଇଛନ୍ତି । ଏହି ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ଦୁର୍ଗାମଣ୍ଡପ ଠାରେ ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଦଳର ଛାମୁଆ ନେତା ଅତୂଲ୍ୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଶ୍ରୀ ମଲ୍ଲିକ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥ୍ôଲେ । ଉକ୍ତ କାର୍ଯ୍ୟକ୍ରମରେ ମହେଶ୍ୱରପୁର ପଂଚାୟତ ସରପଂଚ ଅମୂଲ୍ୟ ପାତ୍ର, ସମିତିସଭ୍ୟ ଅମୂଲ୍ୟ ବାରିକ୍, ପ୍ରଥମାଖଣ୍ଡି ପୂର୍ବତନ ସମିତିସଭ୍ୟ ବିଶ୍ୱରଂଜନ ପଣ୍ଡା, ପ୍ରାକ୍ତନ ସରପଂଚ ମଧୂସୁଦନ ପାତ୍ର, ନିଳମଣୀ ଜେନା, ପୂର୍ବତନ ଜିଲ୍ଲାପରିଷଦ ଶୁସାନ୍ତ ବାରିକ୍,ବିଜେଡି ନେତା ସେକ୍ ଝମୋଙ୍କ ସମେତ ୩ଶହରୁ ଉର୍ଦ୍ଧ କର୍ମୀ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ । ଏଥିସହ ସଭାରେ ଦଳ ପାଇଁ ଗୃହ ଶତ୍ରୁ ବିଭିଷଣ ସାଜିଛି । ଚଳିତ ନିର୍ବାଚନରେ ଭୋଟର ତାର ଉଚିତ୍ ଜବାବ ଦେବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ଉଦୟଭାନୁ ଦେଓ, ସଂଗ୍ରାମ ମହାନ୍ତି, ପ୍ରଶାନ୍ତ ରାଉତ, ସୁକାନ୍ତ ବେହେରା, ଜିଲ୍ଲାପରିଷଦ ଚତୃଭୂଜ ଦ୍ୱିବେଦି, ଝାଲପଡା ସରପଂଚ ନିର୍ମଳ ସାମଲ, ବନ୍ଦଡିହ ସରପଂଚ ବିଜୟ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଶ୍ରୀ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କର୍ମୀମାନେ ବ୍ରହ୍ମବରଦା ପୋଲ ନିକଟରୁ ସଭା ସ୍ଥଳରେ ପହଁଚି ଥିଲେ ।

pi
ଉକ୍ତ ମିଶ୍ରଣ ପର୍ବରେ କେତେକ ରୋଚକ ଘଟଣା ଘଟିଥିଲା । ଆହୁରୀ ଅନେକ ବିଜେଡିର ଛାମୁଆ ନେତା ଓ କର୍ମୀ ଭାଜପାରେ ମିଶିବେ ବୋଲି ସ୍ୱୀକୃତି ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବା ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବରୀ ବିିଧାୟକଙ୍କ ପ୍ରତିନିଧି ତଥା ଅତଲାପୁର ସରପଂଚ ପ୍ରଫୁଲ ସାହୁ, ଯାଜପୁର ଜିଲା ଯୁବ ବିଜେଡି ଉପ-ସଭାପତି ପ୍ରଭାତ ପୃଷ୍ଟିଙ୍କ ସମେତ ବହୁ ଦଳୀୟ କର୍ମୀ ଭାଜପାର ଯୋଗଦେବା ନେଇ ପ୍ରସ୍ତୁତି ଚୁଡାନ୍ତ ହୋଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ଏ ସବୁ ବିଜେଡି ନେତାଗଣ ସଭାସ୍ଥଳରେ ପହଁଚି ନଥିଲେ । ଉକ୍ତ ଘଟଣା ସଂପର୍କରେ ସୂଚନା ଉପରସ୍ତରରେ ପହଁଚି ଯାଇଥିଲା । ଦଲୀୟ ହାଇକମାଣ୍ଡଙ୍କ ଚାପରେ ଏମାନେ ଚେପା ହୋଇଯାଇଥିଲେ । ଫଳସ୍ୱରୂପ ଏ ନେତାମାନେ ହଠାତ୍ ଫୋନ୍ ବନ୍ଦ କରି କେଉଁଆଡେ ଉଭାନ ହୋଇଯାଇଥିଲେ । ସେମାନଙ୍କୁ ଦଳ ପକ୍ଷରୁ ନଜର ବନ୍ଦୀରେ ରଖାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ଏଥିସହ ଗତ ସପ୍ତାହରେ ପ୍ରଥମାଖଣ୍ଡ ପଂଚାୟତର ପ୍ରାକ୍ତନ ସମିତି ସଭ୍ୟ ବିଶ୍ୱରଂଜନ ପଣ୍ଡା ବିଜେଡିରେ ମିଶିଥିଲେ । ଆଜି ସେ ଦଳ ତ୍ୟାଗକରି ପୁଣି ଭାଜପାରେ ସାମିଲ ହୋଇଛନ୍ତି । ଏହିଭଳି ଘନ ଘନ ଦଳ ବଦଳଉଥିବା ନେତାଙ୍କୁ ନେଇ ସଭାସ୍ଥଳରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ତେବେ ଏହି ନେତାମାନେ ଦଳ ପାଇଁ କେତେ ବିଶ୍ୱସ୍ତ ହୋଇ କାର୍ଯ୍ୟ କରିବେ ତାକୁ ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment