ବରୀ ଭାଜପାରେ ଖୁସିର ଲହରୀ ମା ମଙ୍ଗଳାଙ୍କ ନିକଟରେ ପୂଜାର୍ଚ୍ଚନା, ବାଇକ ଶୋଭାଯାତ୍ରାରେ ପାଛୋଟି ନେଲେ କର୍ମୀ

Spread the love

ବରୀ, ୨୩/୩ (ସନ୍ଧାନ ନିୟୁଜ) ବରୀ ନିର୍ବାଚନ ମଣ୍ଡଳିରେ ଯୁବନେତା ବିଶ୍ୱରଂଜନ ମଲ୍ଲିକଙ୍କୁ ଭାଜପା ପକ୍ଷରୁ ଗୁରୁବାର ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଏହାକୁ ନେଇ ରସୁଲପୁର ବ୍ଲକ ଭାଜପା ଶାଖାରେ ଖୁସିର ଲହରୀ ଖେଳି ଯାଇଛି । ଟିକେଟ ମିଳିବାର ୨ଦିନ ଅନ୍ତରରେ ଦଳୀୟ ପ୍ରାର୍ଥୀ ବିଶ୍ୱ ରସୁଲପୁର ବ୍ଲକ ଅଂଚଳରେ ପାଦ ଥାପିଛନ୍ତି । ନେତାଙ୍କୁ ନିକଟରେ ପାଇ ଦଲୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଶ୍ରୀ ମଲ୍ଲିକଙ୍କୁ କର୍ମୀମାନେ ୧୬ନଂ ଜାତୀୟ ରାଜପଥ କଡରୁ ବାଇକ୍ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ପ୍ରଥମାଖଣ୍ଡି ପଂଚାୟତର ସଡମ୍ବା ମଙ୍ଗଳା ମନ୍ଦିର ନିକଟରେ ପୂଜାଅର୍ଚ୍ଚନା ପରେ ବରୀ ବ୍ଲକକୁ ଫେରି ଯାଇଥିଲେ । ଏହି ଅବସରରେ ରାଜେନ୍ଦ୍ରପୁର ପଂଚାୟତର ସମର୍ଥକମାନେ ବିଧାୟକ ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କୁ ମୂଳାପାଳ ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାଜପା ପଂଚାୟତ ସଭାପତି ଭରତ ଚନ୍ଦ୍ର ଭୋଇଙ୍କ ନେତୃତ୍ୱରେ ବରିଷ୍ଠ ସଂଗଠକ ରାମଚନ୍ଦ୍ର ପାଣିଗ୍ରାହୀ, ରବିନ୍ଦ୍ର ଭୋଇ, ପୂର୍ବତନ ସରପଂଚ ନାରାୟଣ ପତି, ତିଳ ମଲିକ, ପୂର୍ବତନ ସମତିସଭ୍ୟ ମୁକୁନ୍ଦ ଦେବ ମହାନ୍ତି, ରାମଚନ୍ଦ୍ର ଭୋଇ, ଯୁବନେତା ସନାତନ ରଥ, ବିରଂଚି ଦାସ, ନିର୍ମଳ ମଲିକ, ବାବୁଲି ମଲିକ, ଶଂକର୍ଷଣ ଦଳେଇଙ୍କ ସମେତ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶ୍ରୀ ମଲ୍ଲିକଙ୍କୁ ଦଳୀୟ କର୍ମୀମାନେ ଏକ ବିରାଟ ପଟୁଆରେ ବରୀ ଅଭିମୂଖେ ଯାଇଥିଲେ ।

Report- J rout

Related Posts

About The Author

Add Comment