ବରୀ ବଡ଼ଚଣା ଏବଂ ଧର୍ମଶାଳାର ବରିଷ୍ଠ ନାଗରିକ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

Spread the love

ଯାଜପୁର ସଦର, ୧୨/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବଡ଼ଚଣା ଏବଂ ଧର୍ମଶାଳା ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଦମପାଳ ହରିବୋଲିଆ ମଠ ପ୍ରାଙ୍ଗଣରେ ରବିବାର ଦିନ ୧୦ଘଟିକା ସମୟରେ କରାଯିବ ବୋଲି ବଡ଼ବାଲିକୁଦା ପଞ୍ଚାୟତର ସରପଞ୍ଚ ଗଗନ ବିହାରୀ ସ୍ୱାଇଁ ଗଣମାଧ୍ୟକୁ ସୂଚନା ଦେଇଥିବା ବେଳେ, ବରିଷ୍ଠ ନାଗରିକ ମାନଙ୍କର ଏକ କମିଟି ଗଠନ କରାଯିବା ସହିତ ମୁଖ୍ୟ ଅତିଥି ପ୍ରାକ୍ତନ ଜିଲ୍ଲାଜଜ୍ ଶ୍ରୀଯୁକ୍ତ ଗୟାଧର ପଣ୍ଡା ଯୋଗଦେଉଥିବା ବେଳେ, ସମ୍ମାନୀୟ ଅତିଥି ସମ୍ବାଦର ସାମ୍ବାଦିକ ଓ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ରାଉତରାୟ ଯୋଗ ଦେଉଛନ୍ତି । ପ୍ରମେୟର ଧର୍ମଶାଳାର ପ୍ରତିନିଧି ସାମ୍ବାଦିକ ମାନସ ରଂଜନ ଜେନା ବିଶିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଗୋଲଖ ଚନ୍ଦ୍ର ପଲେଇ, ଅବସରପ୍ରାପ୍ତ ଶିକ୍ଷକ ନେତା ଯୁଧିଷ୍ଟିର ସ୍ୱାଇଁ, ଆବାହକ ଶ୍ରୀଯୁକ୍ତ ହରେକୃଷ୍ଣ ଜେନା ଏବଂ ବରିଷ୍ଠ ନାଗରିକ ମାନେ ଏହି ସଭାରେ ଯୋଗଦେବା ପାଇଁ କାର୍ଯ୍ୟକ୍ରମ କରାଯାଇଚି । ଏଥିରେ ବହୁ ସାମ୍ବାଦିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Related Posts

About The Author

Add Comment