ବରୀ ବ୍ଲକ୍ ଗଣ୍ଡଗୋଳକୁ ନେଇ ବିଜେଡ଼ିର ପ୍ରତିବାଦ ସଭା ଅନୁଷ୍ଟିତ

Spread the love

ଯାଜପୁର ସଦର,୨୫/୧୨/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବରୀ ନିର୍ବଚନ ମଣ୍ଡଳୀରେ ସାମିଲ ହୋଇଥିବା ୧୦ ଗୋଟି ପଂଚାୟତ ଅନ୍ତର୍ଭୁକ୍ତ ହୋଇଥିବା ବେଳେ, ବ୍ରହ୍ମବରଦା ପଂଚାୟତ ନିକଟସ୍ଥ ରାଜିବ ଗାନ୍ଧି ସେବାକେନ୍ଦ୍ର ପରିଶରରେ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ସଭା ବିଧାୟକଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଟିତ କରାଯାଇଥିଲା । ବରୀ ପଂଚାୟତ ସମିତି ବୈଠକରେ ବିଜେପି ପକ୍ଷରୁ କରାଯାଇଥିବା ଗଣ୍ଡଗୋଳ ବିଜେପି କର୍ମୀମାନେ କରିଥିବା ବେଳେ, ଏହାର ପ୍ରତିବାଦରେ ବିଜେପିର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ପ୍ରକାଶ କରିଥିଲେ ଏହି ପ୍ରତିବାଦ ସଭାରେ ବ୍ରହ୍ମବରଦା ସରପଂଚ ବିଜୟ ଦାସ ଯୋଗ ଦେଇଥିବା ବେଳେ, ଯାଜପୁର ଜିଲ୍ଲା ବିଜେଡ଼ି ସାଧାରଣ ସଂପାଦକ ପ୍ରଦିପ ଦାସ ଯୋଗଦେଇଥିଲେ । ଜିଲ୍ଲା ପରିଷଦ ଅଶୋକ ସାମଲ ଯୋଗଦେଇଥିଲେ । ଏହି ସଭାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରାଯିବପାଇଁ ଅତିଥିମାନେ ପ୍ରସ୍ତାବ ଦେଇଥିଲେ ।

Related Posts

About The Author

Add Comment